ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବିକ୍ଷୋଭ
ଜଗତସିଂହପୁର, (ଅନସୂୟା ରାଉତ) :-ଆଜି ଜଗତସିଂହପୁର ଜିଲ୍ଲାର ବିରିଡି ପଞ୍ଚାୟତ ସମିତି ସମ୍ମୁଖରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ଖାଉଟି ସାମଗ୍ରୀ ଓ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ ସଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଜଗତସିଂହପୁର ଜିଲ୍ଲାର କମ୍ୟୁନିଷ୍ଟ ନେତା ବେଣୁଧର ବାରିକଙ୍କ ନେତୃତ୍ଵରେ ଶତାଧିକ କମ୍ୟୁନିଷ୍ଟ ନେତା ଉପସ୍ଥିତ ହୋଇ ଥିଲେ । ଦୈନନ୍ଦିନ ବ୍ୟବହାରିକ ସାମଗ୍ରୀର ଆକାଶ ଛୁଆ ମୂଲ୍ୟବୃଦ୍ଧି, ପେଟ୍ରୋଲ ଡିଜେଲ ଦର ହ୍ରାସ, ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି, ନିର୍ମାଣ ଶ୍ରମିକଙ୍କ ଦରମା ପ୍ରଦାନ କରାଯିବା ଦାବିନେଇ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଜଗତସିଂହପୁର ଜିଲ୍ଲାର କମ୍ୟୁନିଷ୍ଟ ପାର୍ଟିର ସଂପାଦକ ଲୋଭାକାନ୍ତ ସ୍ୱାଇଁ, ଜିଲ୍ଲା କମିଟ ସଦସ୍ୟ ଯୁଧିଷ୍ଠିର ଦାସ ପ୍ରମୁଖ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିରିଡି ବିଡିଓଙ୍କ ଜରିଆରେ ସ୍ମାରକ ପତ୍ର ଦେଇଥିଲେ ।