ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୮ ତମ ଚମାଖଣ୍ଡି ଆଂଚଳିକ ସମ୍ମିଳନୀ

ଛତ୍ରପୁର, (ଦେବଦତ୍ତ ମହାରଣା) : ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୮ ତମ ଚମାଖଣ୍ଡି ଆଂଚଳିକ ସମ୍ମିଳନୀ ସୀତାନଗର ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ସିଏଚ. ସତ୍ୟନାରାୟଣ ରେଡ୍ଡୀ,ନାରୀନେତ୍ରୀ ସରସ୍ବତୀ ପ୍ରଧାନ ଓ ଯୁବ ନେତା କେ. ଗଣେଶ ରେଡ୍ଡୀ ଙ୍କ ସଭାପତିତ୍ୱ ମଣ୍ଡଳୀ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚମାଖଣ୍ଡି ଜୋନାଲ୍ ସମ୍ପାଦକ ସି. ଏଚ୍‌. ଜନାର୍ଦ୍ଦନ ରେଡ୍ଡୀ ଜୋନ୍ ର ରାଜନୈତିକ ରିପୋର୍ଟ ପଠନ କରିବା ସହିତ ପାର୍ଟିର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।ସେହିପରି ସହ -ସମ୍ପାଦକ ଗୁରୁନାଥ ପ୍ରଧାନ ସାଙ୍ଗଠନିକ ରିପୋର୍ଟ ଉପସ୍ଥାପନ କରିଥିଲେ l ଏହି ଅବସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ସହ ସମ୍ପାଦକ ନୀଳକଣ୍ଠ ଦାଶ,ଅଖିଳ ଭାରତ ଯୁବ ସଂଘ ର ରାଜ୍ୟ ସଭାପତି ପ୍ରଦୀପ ସେଠି, ଅଖିଳ ଭାରତ ଯୁବ ସଂଘ ର ଜିଲ୍ଲା ସମ୍ପାଦକ କାମଦେବ ନାହାକ, ସିପିଆଇ ଛତ୍ରପୁର ଜୋନାଲ ସମ୍ପାଦକ ଡ଼ି. ଆଦିନାରାୟଣ ରେଡ୍ଡୀ, ସହ -ସମ୍ପାଦକ ଦୁର୍ଯ୍ୟୋଧନ ପରିଡା ଓ ରାଜେନ୍ଦ୍ର ନାହାକ, ଗଞ୍ଜାମ ଜୋନର ନାରାୟଣ ନାୟକ, ଭାସ୍କର ପାତ୍ର,ବରିଷ୍ଠ କମ୍ୟୁନିଷ୍ଟ ନେତା ରାଜୀବ ଲୋଚନ ପଣ୍ଡା, ସିମାଂଚଳ ସାହୁ, ଏସ୍‌. କ୍ରିଷ୍ଣା ରେଡ୍ଡୀ, ଡି. କାମରାଜୁ ବର୍ମା, ଆଇନଜୀବି ଆଦିତ୍ୟ ମିଶ୍ର,ପୂର୍ବତନ ସରପଂଚ ଏମ . ନାରସିମୁଲୁ ରେଡ୍ଡୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଏନ୍‌. ଗିରିଜା ପ୍ରସାଦ ରେଡ୍ଡୀ,ନାରୀ ନେତ୍ରୀ ଏନ. ଭାନୁମତି ରେଡ୍ଡୀ,ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି ଙ୍କ ସମେତ ବହୁ ଦଳୀୟ ଛାମୁଆ ନେତା ଓ କର୍ମୀ ମାନେ ଯୋଗ ଦେଇ ଦଳର ଆଭିମୁଖ୍ୟ ଉପରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ଦଳକୁ କିପରି ମଜବୁତ୍ କରାଯିବ ସେଥି ନିମନ୍ତେ ନିଜ ନିଜ ମତ ପ୍ରକାଶ କରିଥିଲେ । ଏହା ସହିତ ଅଂଚଳର ଚାଷୀ, ମୁଲିଆ, ଶ୍ରମିକ ମାନଙ୍କ ନିମନ୍ତେ ଦଳ କାର୍ଯ୍ୟ କରୁଥିବା ବେଳେ ଆଗାମୀ ଦିନରେ ଏଭଳି କାର୍ଯ୍ୟ ଜାରି ରଖିବା ନିମନ୍ତେ ବହୁ ବକ୍ତା ମାନେ ନିଜ ନିଜ ବକ୍ତବ୍ୟରେ କହିବା ସହ ଏଥି ନିମନ୍ତେ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତି କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ମାରଣା ନିତୀକୁ ଦଳୀୟ ନେତା ଓ କର୍ମୀ ମାନେ ସମାଲୋଚନା କରିବା ସହ ଚାଷୀ, ମୁଲିଆ, ଖଟିଖିଆ ଶ୍ରମିକ ମାନଙ୍କ ବିଭିନ୍ନ ହକ୍ ନିମନ୍ତେ ଆଗାମୀ ଦିନରେ ଦଳ ପକ୍ଷରୁ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଏହି ସମ୍ମିଳନୀରେ ଆଲୋଚନା ହୋଇଥିଲା । ନୂତନ ଭାବେ ଚମାଖଣ୍ଡି ଜୋନାଲ୍ ସମ୍ପାଦକ ସି. ଏଚ୍ ଜନାର୍ଦ୍ଦନ ରେଡ୍ଡୀ, ସହ ସମ୍ପାଦକ ଭାବେ ଏନ. ଗିରିଜା ପ୍ରସାଦ ରେଡ୍ଡୀ ଓ ଗୁରୁନାଥ ପ୍ରଧାନ , କୋଷାଧ୍ୟକ୍ଷ ଭାବେ ମାଗୁଣି ବିଷୋୟୀ ନିର୍ବାଚିତ ହୋଇଥିଲେ । ପ୍ରାରମ୍ଭରେ ଦଳୀୟ ପତାକା ପୂର୍ବତନ ସରପଞ୍ଚ ସିମାଂଚଳ ସାହୁ ଉତ୍ତୋଳନ କରିବା ପରେ ସମ୍ମିଳନୀକୁ ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର ଉଦଘାଟନ କରିଥିଲେ । ଲକ୍ଷ୍ମୀପୁର ପଂଚାୟତର ଯୁବନେତା ମାଗୁଣି ବିଷୋୟୀ ଶୋକ ପସ୍ତାବ ଆଗତ କରିଥିଲେ । ଏହା ସହିତ ମୃତ୍ୟୁବରଣ କରିଥିବା ଦଳୀୟ କର୍ମୀ ମାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ