ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଛତ୍ରପୁର ଆଞ୍ଚଳିକ ପରିଷଦ ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଛତ୍ରପୁର ଆଞ୍ଚଳିକ ପରିଷଦ ବୈଠକ ଏସ. କ୍ରିଷ୍ଣା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗଂଜାମ ଜିଲ୍ଲା ଛତ୍ରପୁର ତହସିଲ ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମ ନିକଟରେ ସ୍ମାର୍ଟ କେମ ଟେକ୍ନୋଲୋଜି ନାମକ ବିଷାକ୍ତ ସାର କାରାଖାନା ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ନିମନ୍ତେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ଯ ତଥା ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଆହ୍ୱାନ ଦେଇଥିଲେ । ଏହାକୁ ଦଳୀୟ ନେତା ଓ କର୍ମୀ ମାନେ ସହମତି ପ୍ରକାଶ କରିବା ସହ ଆଗାମୀ ଦିନରେ ଅଂଚଳବାସୀଙ୍କ ହିତ ନିମନ୍ତେ ବଡ ଧରଣର ଟାଟା ବିରୋଧୀ ଆନ୍ଦୋଳନ କରାଯିବ ବୋଲି ଏହି ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଥିଲ।। ନୂତନ ଭାବେ ପାର୍ଟି ରାଜ୍ୟ ସମ୍ପାଦକ ମଣ୍ଡଳୀର ସଦସ୍ଯ ଭାବେ ନିର୍ବାଚିତ ହୋଇଥିବା ପ୍ରକାଶ ପାତ୍ର ଏବଂ ନବନିର୍ବାଚିତ ବ୍ରହ୍ମପୁର ବିସିସି ବ୍ୟାଙ୍କର ଜୋନ ନଂ ୫ (ଛତ୍ରପୁର ) ନିର୍ଦ୍ଦେଶକ ଭାବେ ଛତ୍ରପୁର ସିପିଆଇ ଜୋନ ସହ –ସମ୍ପାଦକ ତଥା ପୂର୍ବତନ ସରପଞ୍ଚ ଦୁର୍ଯ୍ୟେଧନ ପରିଡାଙ୍କୁ ଛତ୍ରପୁର ଆଞ୍ଚଳିକ ପରିଷଦ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲ।। ଆସନ୍ତା ଡିସେମ୍ବର ମାସ ୩୦ ତାରିଖ ସୁଦ୍ଧା ଅଂଚଳିକ ପରିଷଦର ସମସ୍ତ ସଭ୍ୟ ପଦ ନବୀକରଣ ସମାପ୍ତ କରିବା ପାଇଁ ନିଷ୍ପତ୍ତି ନିଆଯିବା ସହିତ ଶାଖା ସମ୍ମିଳନୀ ଗୁଡିକୁ ମଧ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି । ନଭେମ୍ବର 30ତାରିଖ ଦିନ ଜୋନ ସ୍ତରୀୟ ପାର୍ଟି କର୍ମୀ ସମାବେଶ ଚିକଲଖଣ୍ଡିଗ୍ରାମ ରେ କରାଯିବ ବୋଲି ସ୍ଥିର କରଯାଇଥିଲା l ବିଭିନ୍ନ ବନ୍ୟ ଯନ୍ତୁ ଦ୍ୱାରା ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଥିବା ଯୋଗୁଁ ବୈଠକ ରେ ଉଦବେଗ ପ୍ରକାଶ ପାଇବା ସହ ଏହାର ନିରାକରଣ ନିମନ୍ତେ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କରାଯାଇଛି l ଏହି ବୈଠକରେ ପାର୍ଟି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ଯ ଶ୍ରୀହର୍ଷ ରଥ,ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ ଓ ପ୍ରଦୀପ କୁମାର ସେଠି,ଛତ୍ରପୁର ଜୋନାଲ ସମ୍ପାଦକ ଡ଼ି. ଆଦି ନାରାୟଣ ରେଡ୍ଡୀ, ସହ -ସମ୍ପାଦକ ରାଜେନ୍ଦ୍ର ନାହାକ ଓ ଦୁର୍ଯ୍ୟୋଧନ ପରିଡା,ଚମାଖଣ୍ଡି ଜୋନାଲ ସମ୍ପାଦକ ସି. ଏଚ୍‌. ଜନାର୍ଦ୍ଦନ ରେଡ୍ଡୀ, ପୂର୍ବତନ ସରପଞ୍ଚ ସିମାଞ୍ଚଳ ସାହୁ, ଆଦିତ୍ୟ ମିଶ୍ର, ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, ଏସ. ତ୍ରିନାଥ ରେଡ୍ଡୀ, ନବୀନ ମହାନ୍ତି, ରାଜୀବ ଲୋଚନ ପଣ୍ଡା , ନବୀନ ଗୌଡ଼, ଏନ. ସୁକାନ୍ତ ଆଚାରୀ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗାଦେଇ ଆଗାମୀ ଦିନରେ ଦଳୀୟ ସଂଗଠନ କିପରୀ ମଜବୁତ କରାଯିବ ସେଥି ନିମନ୍ତେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ