ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୁରୁଣାପାଟଣା ଶାଖା ସମ୍ମିଳନୀ

ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ପୁରୁଣାପାଟଣା ଶାଖା ସମ୍ମିଳନୀ ଯୁବ ସଂଘର ଜିଲ୍ଲା ଉପସଭାପତି କୃଷ୍ଣ ଚନ୍ଦ୍ର ରାଉଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀରେ ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦି ନାରାୟଣ ରେଡ୍ଡୀ କରିଥିବା ବେଳେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ପ୍ରକାଶ ପାତ୍ର, ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ,ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ରାଜୀବ ଲୋଚନ ପଣ୍ଡା, ଏସ. କ୍ରିଷ୍ଣା ରେଡ୍ଡୀ, ଆଇନଜୀବି ଆଦିତ୍ୟ ମିଶ୍ର, ପ୍ରଫୁଲ୍ଲ ପାଣିଗ୍ରାହୀ, ଏସ. ତ୍ରିନାଥ ରେଡ୍ଡୀ, ଗଗନ ପଣ୍ଡା, ଟି. ନାରାୟଣ, ନବୀନ ଚନ୍ଦ୍ର ଗୌଡ଼, ପି. ଵାଲା ରେଡ୍ଡୀ ଓ ପ୍ରଶାନ୍ତ ପଣ୍ଡାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗ ଦେଇ ଅଂଚଳରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ନେଇ ଆଲୋଚନା କରିଥିଲେ l ଏହା ସହିତ ଚାଷୀଙ୍କ ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା l ଶେଷରେ ପୁରୁଣାପାଟଣା ଶାଖାର ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ପଣ୍ଡା ଓ ସହ ସମ୍ପାଦକ ଭାବେ ଟି. ନାରାୟଣ ରେଡ୍ଡୀ ଓ ନବୀନ ଚନ୍ଦ୍ର ଗୌଡ଼ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା l ପ୍ରାରମ୍ଭ ରେ ଦଳୀୟ ପତାକା ଵାଲା ରେଡ୍ଡୀ ଉତ୍ତୋଳନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ