ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଛତ୍ରପୁର ଶାଖା ସମ୍ମିଳନୀ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଛତ୍ରପୁର ଶାଖା ସମ୍ମିଳନୀ ଆଦିତ୍ୟ ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଦଳୀୟ ପତାକା ନବୀନ ମହାନ୍ତି ଉତ୍ତୋଳନ କରିଥିବା ବେଳେ ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ସିମାଂଚଳ ସାହୁ ସମ୍ମିଳନୀକୁ ଉଦଘାଟନ କରିଥିଲେ । ଏହି ସମ୍ମିଳନୀରେ ରାଜ୍ୟ ନେତା ଏନ. ନାରାୟଣ ରେଡ୍ଡୀ, ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ ଓ ପ୍ରଦୀପ ସେଠି, ଗୋକୁଳ ଚନ୍ଦ୍ର ପଣ୍ଡା, ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦି ନାରାୟଣ ରେଡ୍ଡୀ, ଏସ୍‌. କ୍ରିଷ୍ଣା ରେଡ୍ଡୀ, ରାଜ୍ୟ ମହିଳା ନେତ୍ରୀ ଏନ୍‌. ଭାନୁମତି ରେଡ୍ଡୀ, ସରସ୍ୱତୀ ପ୍ରଧାନ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ . ଜନାର୍ଦ୍ଦନ ରେଡ୍ଡୀ, ଛତ୍ରପୁର ଜୋନାଲ ସହ ସମ୍ପାଦକ ଦୁର୍ଯ୍ୟୋଧନ ପରିଡା ଓ ରାଜେନ୍ଦ୍ର ନାହାକ, କାର୍ଯ୍ୟକାରୀ ସଭ୍ୟ ଏସ୍‌. ତ୍ରିନାଥ ରେଡ୍ଡୀ, ଗଞ୍ଜାମ ଜୋନାଲ ସହ ସମ୍ପାଦକ ବିଶ୍ୱନାଥ ପାତ୍ର ଓ ଭାସ୍କର ପାତ୍ର, ଛତ୍ରପୁର ଜୋନ ର ଯୁବନେତା ନବୀନ ଗୌଡ ପ୍ରମୁଖ ଯୋଗ ଦେଇ ପାର୍ଟିର ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ସହିତ ଚାଷୀ, ମୁଲିଆ ଓ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ । ନୂତନ ଭାବେ ଶାଖା ସମ୍ପାଦକ ପ୍ରଫୁଲ୍ଲ ପାଣିଗ୍ରାହୀ ଓ ସହ ସମ୍ପାଦକ ଆଦିତ୍ୟ ନାରାୟଣ ମିଶ୍ରଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ