ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଛତ୍ରପୁର ଆଞ୍ଚଳିକ ପରିଷଦର କର୍ମୀ ସମାବେଶ

ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଛତ୍ରପୁର ଆଞ୍ଚଳିକ ପରିଷଦ ର କର୍ମୀ ସମାବେଶ ବର୍ଷିଆନ କମ୍ୟୁନିଷ୍ଟ ନେତା ଏସ. କ୍ରିଷ୍ଣା ରେଡ୍ଡୀଙ୍କ ସଭାପତିତ୍ୱ ରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମର ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ପାର୍ଟିର ଵୟୋଜୋଷ୍ଠ ନେତା ବିଜୟ ପ୍ରଧାନ ପତାକା ଉତ୍ତୋଳନ କରିଥିଲେ l ପୂର୍ବରୁ ବିଜୟୱାଡା ଠାରେ ଅନୁଷ୍ଠିତ ହୋଇଥିବା ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସର୍ବ ଭାରତୀୟ ସମ୍ମିଳନୀ ର ନୀତି ନିର୍ଦ୍ଧାରଣ ଉପରେ ଆଜିର ସମ୍ମିଳନୀ ରେ ଉପସ୍ଥାପନା କରାଯାଇଥିଲା l ଏହା ସହ ପାର୍ଟିକୁ ତୃଣ ମୂଳ ସ୍ତରରୁ ସୁଦୃଢ କରିବା ପାଇଁ ସମସ୍ତ କର୍ମୀ ମାନଙ୍କୁ ଆହ୍ୱାନ ଦିଆଯାଇଥିଲା l ରାଜ୍ୟ ନେତା ଏନ. ନାରାୟଣ ରେଡ୍ଡୀ ଯୋଗ ଦେଇ ରାଜନୈତିକ ଏବଂ ସଂଗଠନିକ ସ୍ତରରେ ସମସ୍ତ କର୍ମୀ ମାନେ କାର୍ଯ୍ୟ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ମାରଣ ନୀତିକୁ ଦୃଢ଼ ନିନ୍ଦା କରିଥିଲେ l ସେହିପରି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଜିଲ୍ଲା ସମ୍ପାଦକ ତଥା ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ପ୍ରକାଶ ପାତ୍ର ସାଙ୍ଗଠନିକ ଉପରେ ବକ୍ତବ୍ୟ ରଖି ଶାଖା ସ୍ତର ରୁ ପାର୍ଟିକୁ ସୁଦୃଢ କରିବା ପାଇଁ ଆହ୍ୱାନ ଦେଇଥିଲେ l ସଭ୍ୟ ପଦ ନବୀକରଣ ଓ ଶାଖା ସମ୍ମିଳନୀ ଗଣ ପାଣ୍ଠି ଆଦାୟ ପାଇଁ କହିଥିଲେ l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଆଞ୍ଚଳିକ ପରିଷଦ ସମ୍ପାଦକ ଡ଼ି. ଆଦି ନାରାୟଣ ରେଡ୍ଡୀ, ସହ ସମ୍ପାଦକ ଦୁର୍ଯ୍ୟୋଧନ ପରିଡା ଓ ରାଜେନ୍ଦ୍ର ନାହାକ , ଚମାଖଣ୍ଡି ଆଞ୍ଚଳିକ ପରିଷଦ ର ସମ୍ପାଦକ ସି. ଏଚ. ଜନାର୍ଦନ ରେଡ୍ଡୀ, ସହ -ସମ୍ପାଦକ ଏନ. ଗିରି ପ୍ରସାଦ,ଉତ୍କଳ ମହିଳା ସମିତି ର ରାଜ୍ୟ ଉପସଭାନେତ୍ରୀ ଏନ. ଭାନୁମତି ରେଡ୍ଡୀ, କମ୍ୟୁନିଷ୍ଟ ନେତା ପ୍ରଫୁଲ୍ଲ ପାଣିଗ୍ରାହୀ, ଆଦିତ୍ୟ ମିଶ୍ର, ନବୀନ ଚନ୍ଦ୍ର ଗୌଡ଼, ଏନ ସୁକାନ୍ତ ଆଚାରୀ, ଟି. ନାରାୟଣ ରେଡ୍ଡୀ, ଏସ ତ୍ରିନାଥ ରେଡ୍ଡୀ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗ ଦେଇ ଚାଷୀ ମୁଲିଆ ମାନଙ୍କ ହିତ ନିମନ୍ତେ ସ୍ୱର ଉତ୍ତୋଳନ କରିବା ନିମନ୍ତେ ସମସ୍ତେ ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦେଇଥିଲେ l ଏହି କର୍ମୀ ସମାବେଶ ରେ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ଛତ୍ରପୁର ଆଞ୍ଚଳିକ ପରିଷଦ ସମ୍ପାଦକ ଡ଼ି. ଆଦି ନାରାୟଣ ରେଡ୍ଡୀ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ