ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଚମାଖଣ୍ଡି ଛକ ଶାଖା ସମ୍ମିଳନୀ ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଚମାଖଣ୍ଡି ଛକ ଶାଖା ସମ୍ମିଳନୀ ରାଜେନ୍ଦ୍ରପାତ୍ରଙ୍କ ସଭାପତିତ୍ୱରେ ଚମାଖଣ୍ଡି ଛକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ତଥା ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର , ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ .ଜନାର୍ଦ୍ଦନ ରେଡ୍ଡୀ, ସହ-ସମ୍ପାଦକ ଏନ.ଗିରିଜା ପ୍ରସାଦ ରେଡ୍ଡୀ ଓ ଗୁରୁନାଥ ପ୍ରଧାନ, ପୂର୍ବତନ ସରପଞ୍ଚ ସିମାଞ୍ଚଳ ସାହୁ , ପୂର୍ବତନ ସମିତି ସଭ୍ୟ ଭାଗିରଥୀ ପ୍ରଧାନ , ଏନ. ପାଣ୍ଡେୟା ରେଡ୍ଡୀ, କେଶବ ବେହେରା ,ଆପନ୍ନା ପ୍ରଧାନ, ପି.ଦେବରାଜ ରେଡ୍ଡୀ, ସିଏଚ କାଳିଗୋପାଳ ରାଓ, ଛାୟାକାନ୍ତ ସେଠୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣା ନୀତି ବିରୁଦ୍ଧରେ କଡା ସମାଲୋଚନା କରିବା ସହିତ ଦଳୀୟ ସଂଗଠନକୁ ଆଗାମୀ ଦିନରେ କିପରୀ ମଜବୁତ କରାଯିବ ସେଥି ନିମନ୍ତେ ସମସ୍ତେ ସଂକଳ୍ପ ନେଇଥିଲେ । ପ୍ରାରମ୍ଭ ରେ ଦଳୀୟ ପତାକା ଭୈରବ ଚନ୍ଦ୍ର ମହାପାତ୍ର ଉତ୍ତୋଳନ କରିଥିବା ବେଳେ ସମ୍ମିଳନୀ କୁ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଉଦଘାଟନ କରିଥିଲେ । ଚମାଖଣ୍ଡି ସହ-ସମ୍ପାଦକ ଗୁରୁନାଥ ପ୍ରଧାନ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଶେଷରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଚମାଖଣ୍ଡି ଛକ ଶାଖାର ସମ୍ପାଦକ ଭାବେ କେଶବ ବେହେରା ଓ ସହ-ସମ୍ପାଦକ ରାଜେନ୍ଦ୍ର ପାତ୍ରଙ୍କୁ ସର୍ବ ସମ୍ମତ୍ତି କ୍ରମେ ନିର୍ବାଚିତ କରାଯାଇଥିଲା । ଶେଷ ଶାଖା ସମ୍ପାଦକ କେଶବ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।