ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପ୍ରାର୍ଥୀ ଙ୍କ ପ୍ରଚାର ଆରମ୍ଭ

ଛତ୍ରପୁର: ଗଂଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀର ୧୯ନଂ ଜୋନ ଜିଲ୍ଲାପରିଷଦ ଉପନିର୍ବାଚନ ନିମନ୍ତେ ଭୋଟ ମତଦାନ ନଭେମ୍ବର ୨୭ତାରିଖ ଧାର୍ଯ୍ୟ ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିଜ ନିଜ ର ପ୍ରାର୍ଥୀ ନିମନ୍ତେ ପ୍ରବାର ଆରମ୍ଭ କରି ଗାାଁ କୁ ଗାଁ ବୁଲି ନିଜ ନିଜ ପ୍ରାର୍ଥୀ ନିମନ୍ତେ ଭୋଟ ଭିକ୍ଷା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାଥୀ ଭାଗିରଥୀ ପ୍ରଧାନ ନିମନ୍ତେ ଦଳ ପକ୍ଷରୁ ଆଜି ଠାରୁ ପ୍ରଚାର ରଥ ଶୁଭାରମ୍ଭ ହେବା ସହ ଭାରତୀୟ କମ୍ୟୂୁନିଷ୍ଟ ପାର୍ଟିର ଯୁବନେତା ତଥା ଅଖିଳ ଭାରତ ଯୁବ ସଂଘ ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସେଠୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲ ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ୍‌. ଜନାର୍ଦ୍ଦନ ରେଡ୍ଡୀ, ସହ-ସମ୍ପାଦକ ଗୁରୁନାଥ ପ୍ରଧାନ, ଗଣେଷ ରେଡ୍ଡୀ, ଶ୍ରମିକ ନେତା ଦୁର୍ଯ୍ୟୋଧନ ନାହାକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଗାଁ ଗାଁରେ ବୁଲି ଦଳୀୟ ପ୍ରାର୍ଥୀ ନିମନ୍ତେ ଭୋଟ ମାଗୁଛନ୍ତି । ଗାଁ ଗାଁରେ ଶତାଧୀକ ମହିଳା ଓ ପୁରୁଷ ମାନେ ସମର୍ଥନ ଜଣାଇ ସାମିଲ ହୋଇ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରରେ ଗାଁ ଗୁଡିକ ପରିକ୍ରମା କରି ସିପିଆଇ ପ୍ରାର୍ଥୀ ଭାଗିରଥୀ ପ୍ରଧାନଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ନିମନ୍ତେ କହୁଛନ୍ତି । ଏହି ପ୍ରଚାର ଶ୍ରୀରାମ ଚନ୍ଦ୍ର ପୁର ଗ୍ରାମ ପଞ୍ଚାୟତର ବ୍ୟାଘ୍ରଦେବୀ ମନ୍ଦିର ଠାରୁ ଶୁଭାରମ୍ଭ ହୋଇ ବିଭିନ୍ନ ପଞ୍ଚାୟତ ବୁଲିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ