ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ପରିଷଦ ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.)ର କେନ୍ଦ୍ରାପଡା-ଡେରାବିଶ ଜୋନ କମିଟିର ଏକ ସାଧାରଣ ପରିଷଦ ବୈଠକ ଓ ପାର୍ଟି ମହାଅଧିବେଶନର ରିପୋର୍ଟିଂ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଞ୍ଚାୟତର ବଳିରାଜ ଠାରେ ସାଥି ପଦ୍ମନାଭ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜୋନ ସମ୍ପାଦକ ସାଥି ସୁବାଶିନୀ ଭଦ୍ର, ମାର୍ଶାଘାଇ – ମହାକାଳପଡା ଜୋନ ସମ୍ପାଦକ ସାଥି ବିକାଶ ଚନ୍ଦ୍ର ବେଉରା, ଜିଲ୍ଲା ସହ ସମ୍ପାଦକ ସାଥି ଆଦିକନ୍ଦ ରାଉଳ, ଜିଲ୍ଲା ସମ୍ପାଦକ ସାଥି ରମଣୀରଞ୍ଜନ ରାଉତରାୟ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ ସାଥି ଅଜୟ କୁମାର ସାମଲ, ରାଜ୍ୟ ସମ୍ପାଦକ ସାଥି ଅଭୟ ସାହୁ ପ୍ରମୁଖ ଯୋଗଦେଇ ଦେଶ ବର୍ତ୍ତମାନ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଦେଶର ସମ୍ବିଧାନ ଆଦୈା ସୁରକ୍ଷିତ ନୁହେଁ । ଦରଦାମ ବୃଦ୍ଧି ଆକାଶ ଛୁଆଁ । ସରକାରୀ ଉଦ୍ୟୋଗକୁ ବିକ୍ରୀ କରି ଦେଶ ଚଳାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଏକଜୁଟ ହୋଇଛନ୍ତି । ଏହାକୁ ପରାସ୍ତ କରିବାକୁ ଜୋନ ସାଧାରଣ ପରିଷଦ ବୈଠକରେ ନେତୃତ୍ୱମାନେ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ସାଥି ଅମୀୟ ନାୟକ, ସାଥି ଶ୍ରୀଚରଣ ସାମଲ, ସାଥି ଉତ୍ତମ ମଳିକ, ସାଥି ଅକ୍ଷୟ ମଳିକ, ସାଥି କାନ୍ତିପ୍ରଭା ନାୟକ, ସାଥି ସୋହାନା ବେଗମ, ସାଥି ସୀତାକାନ୍ତ ନାୟକ ପ୍ରଭୃତି ଯୋଗଦେଇ ଆଗାମୀ ଜାନୁୟାରୀ ମାସରେ ଜିଲ୍ଲା ସ୍ତରୀୟ ଓ ଫେବୃୟାରୀ ମାସରେ ରାଜ୍ୟ ସ୍ତରୀୟ ସମାବେଶ ପାଇଁ ଡାକରା ଦେଇଥିଲେ ।