ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଛତ୍ରପୁର ଆଞ୍ଚଳିକ ପରିଷଦ ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଲକ୍ଷ୍ମଣ ଭଵନ ପରିସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଛତ୍ରପୁର ଆଞ୍ଚଳିକ ପରିଷଦ ବୈଠକ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ,ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନାଲ ସମ୍ପାଦକ ଡ଼ି ଆଦିନାରାୟଣ ରେଡ୍ଡୀ, ସହ -ସମ୍ପାଦକ ରାଜେନ୍ଦ୍ର ନାହାକ, ଏସ ତ୍ରିନାଥ ରେଡ୍ଡୀ, ଆଦିତ୍ୟ ମିଶ୍ର, ଶିକନ୍ଦର ଖାନ, କେ ଦେବରାଜ ରେଡ୍ଡୀ, ନବୀନ ଚନ୍ଦ୍ର ମହାନ୍ତି, ନବୀନ ଚନ୍ଦ୍ର ଗୌଡ଼, ପୂର୍ବତନ ସରପଞ୍ଚ ଦଣ୍ଡପାଣି ନାହାକ, ନରସିଂହ ପଣ୍ଡା, ଏନ ସୁକାନ୍ତ ଅଚାରୀ, ପି ଵାଲା ରେଡ୍ଡୀ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଜନମାରଣା ନୀତି କୁ କଡା ସମାଲୋଚନା କରିବା ସହ ଜିଲ୍ଲାର ସମସ୍ତ ଅଞ୍ଚଳ ରେ ତୁରନ୍ତ ଧାନ ମଣ୍ଡି ଖୋଲି ସମସ୍ତ ଚାଷୀଙ୍କ ଧାନ କିଣି ବା ନିମନ୍ତେ ସେମାନେ ଦାବୀ କରିଛନ୍ତି l ଏହା ସହିତ ପାର୍ଟି ଗଣ ପାଣ୍ଠି ଆଦାୟ ଏବଂ ସଭ୍ୟ ପଦ ନବୀକରଣ ଉପରେ ଆଲୋଚନା କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ