ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୃତୀୟ ଶ୍ରାଦ୍ଧ ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ବରିଷ୍ଠ କମ୍ୟୁନିଷ୍ଟ ନେତା ତଥା ପୂର୍ବତନ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏନ. ଇରେଶୁ ଆଚାରୀଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅଵସର ରେ ବୁଧବାର ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ବରିଷ୍ଠ କମ୍ୟୁନିଷ୍ଟ ନେତା ନବୀନ ମହାନ୍ତି ଙ୍କ ପୌରହିତ୍ୟ ରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି, ଏହି ଅଵସର ରେ ସିପିଆଇ ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ ଜନାର୍ଦନ ରେଡ୍ଡୀ, ଗଞ୍ଜାମ ଜୋନାଲ ସମ୍ପାଦକ ଵି. ଦଣ୍ଡପାଣି ପାତ୍ର, ପୂର୍ଣ୍ଣଚନ୍ଦ୍ର ରଥ, ଆଇନଜୀବି ଆଦିତ୍ୟ ମିଶ୍ର ପୂର୍ବତନ ସରପଞ୍ଚ ସିମାଞ୍ଚଳ ସାହୁ, ଏନ. ସୁକାନ୍ତ ଆଚାରୀ, ଏସ. ତ୍ରିନାଥ ରେଡ୍ଡୀ,ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, ପୂର୍ଣ୍ଣ ଚନ୍ଦ୍ର ଗୌଡ଼, ନବୀନ ଗୌଡ଼,ଦେବରାଜ ଗୌଡ଼,ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇ ସ୍ବର୍ଗତ ଏନ. ଇ ରେଶୁ ଆଚାରୀଙ୍କ ଗୁଣଗାନ କରିଥିଲେ, ଏହା ସହିତ ଛତ୍ରପୁର ଓକିଲ ସଂଘ ର ପୂର୍ବତନ ସଭାପତି ରାମ ଚନ୍ଦ୍ର ବେହେରା ଯୋଗ ଦେଇ ସ୍ବର୍ଗତ ଆଚାରୀ ଙ୍କ ମଧ୍ୟ ସ୍ମୃତି ଚାରଣ କରିଥିଲେ