ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଛତ୍ରପୁର ବିଧାୟକ ପ୍ରାର୍ଥି ହେଲେ ଗୁରୁନାଥ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ବିଧାନସଭା ନିର୍ବାଚନ ନିମନ୍ତେ ପୂର୍ବରୁ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରାର୍ଥୀ ମାନଙ୍କ ନାମ ଘୋଷଣା ହୋଇଥିବା ବେଳେ ଶୁକ୍ରବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଛତ୍ରପୁର ବିଧାୟକ ପ୍ରାର୍ଥୀ ଭାବେ ଶ୍ରମିକ ନେତା ଗୁରୁନାଥ ପ୍ରଧାନ ଙ୍କ ନାମ ସର୍ବ ସମ୍ମତି କ୍ରମେ ଘୋଷଣା କରାଯାଇଛି । ଏନେଇ ଆଜି ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବର୍ଷିୟାନ କମ୍ୟୁନିଷ୍ଟ ନେତା ରାଜୀବ ଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସିପିଆଇ ଜାତୀୟ ପରିଷଦର ସଦସ୍ୟ ଆଶିଷ କାନୁନ ଗୋ, ରାଜ୍ୟ ସମ୍ପାଦକ ମଣ୍ଡଳୀର ସଦସ୍ୟ ଜୟନ୍ତ ଦାଶ, ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀହର୍ଷ ରଥ, ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦି ନାରାୟଣ ରେଡ୍ଡୀ, ଚମାଖଣ୍ଡି ଜୋନାଲ ସମ୍ପାଦକ ସି. ଏଚ୍‌. ଜନାର୍ଦ୍ଦନ ରେଡ୍ଡୀ, ଗଞ୍ଜାମ ଜୋନାଲ ସମ୍ପାଦକ ଦଣ୍ଡପାଣି ପାତ୍ର, ଉତ୍କଳ ମହିଳା ସମିତିର ଉପସଭାନେତ୍ରୀ ଏନ୍‌. ଭାନୁମତି ରେଡ୍ଡୀ, ଦୁର୍ଯ୍ୟୋଧନ ପରିଡା, ଏନ୍‌. ମୁନା ପାତ୍ର, ଏସ୍‌. କ୍ରିଷ୍ଣା ରେଡ୍ଡୀ, ଗୋକୁଳ ଚନ୍ଦ୍ର ପଣ୍ଡା, ଶରତ ପଟ୍ଟନାୟକ, ସହଦେବ ରେଡ୍ଡୀ, କାମଦେବ ନାହାକ, ପୂର୍ଣ୍ଣ ଚନ୍ଦ୍ର ରଥ, କେଷବ ନାହାକ, ମଥୁରା ସୁବୁଦ୍ଧି, ରବି ମହାପାତ୍ର, ମାଗୁଣିବିଷୋୟୀ, ଏସ.ତ୍ରିନାଥ ରେଡ୍ଡୀ ଓ ଏନ.ଗିରିଜା ପ୍ରସାଦ ରେଡ୍ଡୀ, ଙ୍କ ସମେତ ନିର୍ବାଚନ ମଣ୍ଡଳୀର ବହୁ ଛାମୁଆ ନେତା ଓ ସକ୍ରିୟ କର୍ମୀ ମାନେ ଯୋଗ ଦେଇ ଦଳୀୟ ବିଧାୟକ ପ୍ରାର୍ଥୀ ଗୁରୁନାଥ ପ୍ରଧାନଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବା ନିମନ୍ତେ ଦୃଢ ସଂକଳ୍ପ ନେଇଥିଲେ । ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ପୂବ ର୍ରୁ ଲାଲଗଡ ଭାବେ ପରିଚିତ ହୋଇଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରେ ୮ ଥର ଦଳୀୟ ପ୍ରାର୍ଥୀ ବିଧାୟକ ଭାବେ ନିର୍ବାଚିତ ହୋଇ ସମସ୍ତ ବର୍ଗର ଲୋକଙ୍କ ହିତ ନିମନ୍ତେ କାର୍ଯ୍ୟ କରିଛନ୍ତି । ଚଳିତ ନିର୍ବାଚନରେ ଗରିବ ଖଟିଖିଆଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କର ବିଭିନ୍ନ ସମସ୍ୟା ନେଇ ରାଜନିତୀ ମୈଦାନକୁ ଓହ୍ଲାଇଛି ବୋଲି ଗୁରୁନାଥ ପ୍ରଧାନ ନିଜ ବକ୍ତବ୍ୟରେ କହିବା ସହିତ କେନ୍ଦ୍ରର ମୋଦୀ ସରକାରଙ୍କ ବିରୁଦ୍ଧରେ ଦୃଢ ଜବାବ ଦିଆଯୀବ ବୋଲି ସେ କହିଛନ୍ତି । ବିଶେଷ କରି ଚାଷୀ ଙ୍କ ହିତ ନିମନ୍ତେ ବିଭିନ୍ନ କାର୍ଯ୍ୟ କରିବା ସହିତ ଛାତ୍ର ମାନଙ୍କ ସୁବିଧା ଲାଗି କାର୍ଯ୍ୟ କରିବାର ମୁର୍ଦ୍ଦା ନେଇ ଘରକୁ ଘର ବୁଲି ଲୋକଙ୍କ ପାଖରେ ପହଂଚି ନିଜ ପ୍ରଚାର ଆରମ୍ଭ କରିବେ ବୋଲି ବିଧାୟକ ପ୍ରାର୍ଥି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ