ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବ୍ଳକ ଅଫିସ ଘେରାଉ

ପୋଲସରା (ଅନିଲ ମହାରଣା): ଭାରତୀୟ କମ୍ୟୁନିଷ୍ଟ ପାର୍ଟ (ସିପିଆଇ) ପୋଲସରା ଆଞ୍ଚଳିକ କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସୋମବାର ଦିନ ଶହ ଶହ କମ୍ୟୁନିଷ୍ଟ କର୍ମୀ ଏକ ଶୋଭାଯାତ୍ରା ରେ ବାହାରି ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ପହଞ୍ଚି ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପାର୍ଟି ର ପୋଲସରା ଆଞ୍ଚଳିକ ସମ୍ପାଦକ ଦଣ୍ଡପାଣି ସାମଲ , ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଓ ଅଖିଳ ଭାରତ ଯୁବକ ସଂଘ ର ରାଜ୍ୟ ସଭାପତି ପ୍ରଦୀପ ସେଠୀ ପ୍ରମୁଖ ଉପସ୍ଥିତ କର୍ମୀ ମାନଙ୍କୁ ଉଦବୋଧନ ଦେଇ ପୋଲସରା ଅଞ୍ଚଳର ନିର୍ମାଣ ଶ୍ରମିକ ମାନଙ୍କ ନାମ ପଞ୍ଜିକରଣ , ଶିକ୍ଷା , ଝିଅ ବାହାଘର , ନିର୍ମାଣ ଶ୍ରମିକ ଆବାସ ଓ ତାଲିମ କାଳୀନ ପ୍ରୋତ୍ସାହନ ରାଶି ଦିର୍ଘ ବର୍ଷ ହେଲା ମିଳି ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଯଥାଶୀଘ୍ର ଏହି ସବୁ ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ କୁ ଅଚଳ କରିଦିଆଯିବ ବୋଲି ଚେତାବନୀ ଦେଇଥିଲେ। ପୋଲସରା ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ କୁମାର ସାହୁ ବିକ୍ଷୋଭ କାରୀଙ୍କ ନିକଟକୁ ଯାଇ ଆଲୋଚନା କରି ତାଙ୍କ ଦ୍ଵାରା ଯେଉଁ ସବୁ କାର୍ଯ୍ୟ ସମ୍ଭବ ଖୁବ ଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହରି ହର ପାତ୍ର , ଗଣପତି ସାହୁ , ତ୍ରିନାଥ ସାମଲ , ଦୁର୍ଯ୍ୟୋଧନ ରାଉତ , ଲକ୍ଷ୍ମୀ ପାତ୍ର , ସୀମା ପାତ୍ର , ଜ୍ୟୋତ୍ସ୍ନା ମହାରଣା , ନମିତା ମହାପାତ୍ର , ନଗରବାସି ପ୍ରଧାନ , ରବୀନ୍ଦ୍ର ଜେନା , ଧୋବା ନାହାକ , ରୁନୁ ମହାରଣା ଓ କୃତିବାସ ପ୍ରମୁଖ ଶୋଭାଯାତ୍ରା ଓ ବିକ୍ଷୋଭ ର ନେତୃତ୍ବ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ