ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ପୋଲସରା ଶାଖା ସମ୍ମିଳନୀ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପୋଲସରା ଶାଖା ର ସମ୍ମିଳନୀ ଅକ୍ଟୋବର ୨୧ ତାରିଖ ଦିନ ପାଟିଗଡ ରୋଡ ସ୍ଥିତ ଯୋଗାସନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଥିଲା । ସମ୍ମିଳନୀ ପ୍ରାରମ୍ଭରେ ପାର୍ଟି ର ବରିଷ୍ଠ ସାଥୀ ଗୌର ହରି ବିଷୋୟି ଲାଲ ପତାକା ଉତ୍ତୋଳନ କରିଥିବା ବେଳେ ସାଥୀ ଶିବରାମ ବିଶ୍ୱାଳ ଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ ଆରମ୍ଭ ହୋଇଥିଲା । ଗଞ୍ଜାମ ଜିଲ୍ଲା ସିପିଆଇ ସମ୍ପାଦକ ସାଥୀ ପ୍ରକାଶ ଚନ୍ଦ୍ର ପାତ୍ର ସମ୍ମିଳନୀ କୁ ଉଦଘାଟନ କରିଥିଲେ । ସାଥୀ ହରିହର ପାତ୍ର ଆନ୍ଦୋଳନରେ ସହୀଦ ହୋଇଥିବା ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିବା ପରେ ନିରବ ପ୍ରାର୍ଥନା ହୋଇଥିଲା । ଜିଲ୍ଲା ସମ୍ପାଦକ କେନ୍ଦ୍ର ସରକାର ମୁଷ୍ଟିମେୟ ଶିଳ୍ପପତି ମାନଙ୍କ ଇଙ୍ଗିତ ରେ ଅତ୍ୟାବଶ୍ୟକ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ଦରଦାମ ବଢାଇ ଚାଲିଛନ୍ତି ବୋଲି ପ୍ରକାଶ କରିଥିଲେ। ଯାହା ଫଳରେ ଗରିବ ଓ ନିମ୍ନ ମଧ୍ୟବିତ୍ତ ଲୋକଙ୍କ ବଞ୍ଚିବା ଦୁର୍ବିସହ ହୋଇ ପଡିଲାଣି । ଏଥିରୁ ମୁକୁଳିବା ପାଇଁ ବ୍ୟାପକ ଜନ ଆନ୍ଦୋଳନ ଆବଶ୍ୟକ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପାର୍ଟି ର ପୋଲସରା ଆଞ୍ଚଳିକ ସମ୍ପାଦକ ସାଥୀ ଦଣ୍ଡପାଣି ସାମଲ, ଅଖିଳ ଭାରତ ଯୁବକ ସଂଘ ର ରାଜ୍ୟ ସଭାପତି ସାଥୀ ପ୍ରଦୀପ କୁମାର ସେଠୀ ପ୍ରମୁଖ ସମ୍ମିଳନୀ ରେ ଉଦବୋଧନ ଦେଇ ପୋଲସରା ଅଞ୍ଚଳରେ କମ୍ୟୁନିଷ୍ଟ ସଂଗଠନ କୁ ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଇଥିଲେ । ସାଥୀ ବିଜୟ ସାମନ୍ତରା ବିବରଣୀ ପଠନ କରିଥିଲେ। ଅନ୍ୟ ସାଥୀ ଝଡିଆ ସାହୁ , ଶିଶିର ପ୍ରଧାନ , ସାରଥି ସାହୁ , ରବି ନାରାୟଣ ମିଶ୍ର ଓ ପର୍ଶୁରାମ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଚଳିତ ବର୍ଷ ପାଇଁ ସାଥୀ ବିଜୟ ସାମନ୍ତରା ଶାଖା ସମ୍ପାଦକ ଓ ସାଥୀ ନରେନ୍ଦ୍ର ପ୍ରଧାନ ସହ ସମ୍ପାଦକ ଭାବେ ସର୍ବସମ୍ମତ କ୍ରମେ ନିର୍ବାଚିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ