ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଛତ୍ରପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଛତ୍ରପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ତିନୋଟି ଜୋନ୍ କମିଟି ବୈଠକ ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରେ ବର୍ଷିୟାନ କମ୍ୟୁନିଷ୍ଟ ନେତା ସିମାଂଚଳ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ତଥା ସିପିଆଇ ନେତା ଏନ୍‌. ନାରାୟଣ ରେଡ୍ଡି ଯୋଗ ଦେଇ ପେଟ୍ରୋଲ, ଡିଜେଲ ଭଳି ନିତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି କୁ ଘୋର ନିନ୍ଦା କରିବା ସହ କେନ୍ଦ୍ର ସରକାରଙ୍କ ଜନମାରଣା ନିତୀ ବିରୁଦ୍ଧରେ ଲଢେଇ କରିବା ପାଇଁ ଆହ୍ୱାନ ଦେଇଥିଲେ । ସିପିଆଇ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାସ ଯୋଗ ଦେଇ ପାର୍ଟିକୁ ତୃଣମୁଳ ସ୍ତରରୁ ସୁଦୃଢ କରିବା ପାଇଁ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ପାଇଁ କହିଥିଲେ । ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ଶାଖା ସମ୍ମିଳନୀ ଏବଂ ଜୋନ୍ ସମ୍ମିଳନୀ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଦିନକୁ ଦିନ ବିଦ୍ୟୁତ ଦେୟ ବଢିବା ସହ ଅଘୋଷିତ ବିଦ୍ୟୁତ କାଟକୁ ପ୍ରତିବାଦ କରିବା, ବେକାରୀ ଯୁବକଙ୍କୁ ବିଭିନ୍ନ କମ୍ପାନୀ ମାନଙ୍କରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, କୃଷକ ମାନଙ୍କୁ ଉନ୍ନତ ମାନର ବିହନ, କୀଟନାଶକ ଔଷଧ ଓ ସାର ସମେତ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ଯୋଗାଇବା ଏବଂ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଚାଷୀଙ୍କୁ ଋଣ ପ୍ରଦାନ କରିବା ଦାବି ନେଇ ଆଗାମୀ ଦିନରେ ଜନ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଚମାଖଣ୍ଡିି ଜୋନ୍ ସମ୍ପାଦକ ସି.ଏଚ୍‌. ଜନାର୍ଦ୍ଦନ ରେଡ୍ଡି, ଛତ୍ରପୁର ଜୋନ୍ ସମ୍ପାଦକ ଏସ୍‌. କ୍ରିଷ୍ଣା ରେଡ୍ଡି, ଗଞ୍ଜାମ ଜୋନ୍ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ରଥ, ଯୁବନେତା ଡି. ଆଦି ନାରାୟଣ ରେଡ୍ଡୀ, ଏନ୍‌. ଗିରି ପ୍ରସାଦ ରେଡ୍ଡି, ଆଦିତ୍ୟ ମିଶ୍ର, ନାରାୟଣ ନାୟକ, ପ୍ରଫୁଲ୍ଲ ପାଣିଗ୍ରାହୀ, ଭାସ୍କର ପାତ୍ର, କେଶବ ନାହାକ, କୈଳାଶ ପଲାଇ, ଦୁର୍ଯ୍ୟୋଧନ ନାହାକ, ବିଶ୍ୱନାଥ ପାତ୍ର ପ୍ରମୁଖଙ୍କ ସମେତ ବହୁ ସିପିଆଇ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ