ଭାରତୀୟ କ୍ରିକେଟ ଟିମକୁ ଧମକମୂଳକ ଇମେଲ

(ଯୁଗାବ୍ଦ ନ୍ୟୁଜ),ବିଦେଶ ଗସ୍ତରେ ଥିବା ଟିମ ଇଣ୍ଡିଆକୁ ମିଳିଛି ହତ୍ୟା ଧମକ । ଖବର ମିଳିବା ପରେ ବିସିସିଆଇ ଟିମ ଇଣ୍ଟିଆର ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିଦେଇଛନ୍ତି । ପାକିସ୍ତାନର ନ୍ୟୁଜ ଚ୍ୟାନେଲ ଜିଓ ଟିଭିରେ ଏହି ଖବର ସାମ୍ନାକୁ ଆସିବାପରେ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିଆଇସି ଜରିଆରେ ବିସିସିଆଇକୁ ଜଣାଇଥିଲା । ବିସିସିଆଇ ଏ ସମ୍ପର୍କରେ ଗୃହ ମନ୍ତ୍ରଣାଳୟକୁ ଜଣାଇବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁଚନାନୁସାରେ , ବର୍ତ୍ତମାନ ଟିମ ଇଣ୍ଡିଆ ୱେଷ୍ଟ ଇଣ୍ଡିଜ ଗସ୍ତରେ ଅଛି , ଏ ସମ୍ପର୍କରେ ୱେଷ୍ଟଇଣ୍ଡିଜ ବୋର୍ଡ ଅବଗତ ହେବା ପରେ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ବିସିସିଆଇକୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ