ଭାରତୀୟ କ୍ଷେତମଜଦୂର ୟୁନିୟନର ଜିଲ୍ଲା ପରିଷଦ ବୈଠକ

ଛତ୍ରପୁର ( ଯୁଗାବ୍ଦ ନ୍ୟୁଜ୍) ;  ଭାରତୀୟ କ୍ଷେତମଜଦୂର ୟୁନିୟନର ଗଂଜାମ ଜିଲ୍ଲା ପରିଷଦ ବୈଠକ ରବିବାର ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରେ ୟୁନିୟନର ଜିଲ୍ଲା କାର୍ଯ୍ୟକାରୀ ସଭାପତି ରଘୁନାଥ ଗୈାଡଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ସଂପାଦକ ବିଦ୍ୟାଧର ବେହେରା କାମଦାମର ବିବରଣୀ ଉପସ୍ଥାପନ କରିଥିଲେ । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର  ଗଂଜାମ ଜିଲ୍ଲା କମିଟି ସଂପାଦକ ପ୍ରକାଶ ଚନ୍ଦ୍ର ପାତ୍ର ଯୋଗଦେଇ  କ୍ଷେତମଜଦୂର ମାନେ ରାଜ୍ୟ ଓ ଦେଶରେ ସର୍ବାଧିକ ଅବହେଳିତ ନିର୍ଯ୍ୟାତିତ ଅବସ୍ଥାରେ ଅଛନ୍ତି । ଏଣୁ ସେମାନଙ୍କୁ ସଂଗଠିତ କରି  ଜୋରଦାର ଆନ୍ଦୋଳନ କରିବାକୁ ହେବ ବୋି ମତବ୍ୟକ୍ତ କରିଥିଲେ । ଏହାବ୍ୟତିତ୍ କ୍ଷେତମଜଦୂର ମାନଙ୍କ ପାଇଁ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯେଜନା ପ୍ରଚଳନ ହୋଇଥିଲେ ମଧ୍ୟ ଶାସକ ଦଳ ନେତା ଓ କର୍ମି ଏବଂ ସରକାରୀ କର୍ମଚାରୀ ମାନେ ଫଲସ୍ ବିଲ କରି ହରିଲୁଟ ଚଳାଇଛନ୍ତି ।ଏହାର ମଧ୍ୟ ପ୍ରତିରୋଧ କରିବାକୁ ହେବ ବୋଲି ଶ୍ରୀ ପାତ୍ର କହିଥିଲେ । ନିର୍ମାଣ ଶ୍ରମିକ ମାନଙ୍କ ପରି କ୍ଷେତ ମଜଦୂର ମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ବୈଠକରେ ଦାବୀ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ୟନିୟନର ଉପସଭାପତି କୈଳାସ ଚନ୍ଦ୍ର ପଲେଇ , ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଗଂଜାମ ଜିଲ୍ଲା ସହ-ସଂପାଦକ ନୀଳକଣ୍ଠ ଦାସ,  ଏନ୍.ପାଣ୍ଡେୟା ରେଡ୍ଡୀ,  ହରିହର ପାତ୍ର, ବିଜୟ ସାମନ୍ତରା ଏବଂ ବିଦ୍ୟାଧର ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଚଳିତ ମାସ ଶେଷ  ସୁଦ୍ଧା  ଜିଲ୍ଲାରେ ୧୫ହଜାର ସଭ୍ୟ ସଂଗ୍ରହ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ