ଭାରତୀୟ ଜନତା ପାର୍ଟି କରଞ୍ଜିଆ ମଣ୍ଡଳ ସ୍ତରୀୟ ସତ୍ୟାପନ କାର୍ଯ୍ୟକ୍ରମ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ଭାରତୀୟ ଜନତା ପାର୍ଟି କରଞ୍ଜିଆ ମଣ୍ଡଳ ସ୍ତରୀୟ ସତ୍ୟାପନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ୨ ଟି ମଣ୍ଡଳ ସ୍ତରରେ ଥିବା ସମସ୍ତ ଶକ୍ତି କେନ୍ଦ୍ର ଓ ବୁଥ ସ୍ତରୀୟ କମିଟିର ସତ୍ୟପାନ ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତଙ୍କ ତଦାରଖରେ ଗତ ୨୬ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ହେବ। ଏହି କାର୍ଯ୍ୟକ୍ରମରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ମଣ୍ଡଳ ସ୍ତରରେ ୨୩ ଜଣ, ଶକ୍ତି କେନ୍ଦ୍ରରୁ ୪୫ ଜଣ ଏବଂ ବୁଥ ସ୍ତରରେ ସଭାପତି ଓ ବିଏଲଏ (୨) ପଦାଧିକାରୀଙ୍କ ସତ୍ୟପାନ ହୋଇଥିଲା। ଏହି କାର୍ଯ୍ୟକ୍ରମ ନିମନ୍ତେ ବରିଷ୍ଠ ନେତା କୃପାସିନ୍ଧୁ ମହାନ୍ତ ଙ୍କୁ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ବିଏଲସି ଭାବେ ଦାୟିତ୍ୱ ମିଳିଥିବା ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ ଙ୍କୁ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ସଂଯୋଜକ ଦାୟିତ୍ୱ ପ୍ରଦାନ କରାଯାଇଛି ସେହିପରି ଜିଲ୍ଲା ଆଇନ ସେଲ ସଭାପତି ମଦନମୋହନ ମହାନ୍ତଙ୍କୁ କରଞ୍ଜିଆ ଗ୍ରାମୀଣ ମଣ୍ଡଳ ଓ ତାଟୋ ମଣ୍ଡଳ ସଂଯୋଜକ,ରାଜ୍ୟ ଓବିସି ମୋର୍ଚା କାର୍ଯ୍ୟକାରୀ ସଭ୍ୟ ଜନାର୍ଦ୍ଦନ ବେହେରାଙ୍କୁ କରଞ୍ଜିଆ ନଗର ମଣ୍ଡଳ ସଂଯୋଜକ,ଜିଲ୍ଲା ସମ୍ପାଦକ ବିମଲ ସେନାପତି ଙ୍କୁ ଠାକୁରମୁଣ୍ଡା ଓ ମହୁଲଡିହା ସଂଯୋଜକ, ପୂର୍ବତନ କପ୍ତିପଦା ବ୍ଲକ ଅଧକ୍ଷ୍ୟ ସାଙ୍ଗ ପାଳିଆ ଙ୍କୁ ଶରତ ମଣ୍ଡଳ ସଂଯୋଜକ ଭାବେ ଦଳ ପକ୍ଷରୁ ମନୋନୀତ କରାଯଇଥିବା ସୂଚନା ଆଶିଷ କୁମାର ମହାନ୍ତ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଯୁଗଳ କିଶୋର ନାଏକ, ପୁଷ୍ପାଞ୍ଜଳି ସିଦ୍ଧୁ, କରଞ୍ଜିଆ ଗ୍ରାମୀଣ ମଣ୍ଡଳ ସଭାପତି ଦେବେନ୍ଦ୍ର ମହାନ୍ତ ଏବଂ ତାଟୋ ମଣ୍ଡଳ ସଭାପତି ସଞ୍ଜିବ ପାଣିଗ୍ରାହୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ