ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ଜିଲ୍ଲାର ସାଂଗଠନିକ ବୈଠକ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ଭାରତୀୟ ଜନତା ପାର୍ଟିର ସାଂଗଠନିକ ବୈଠକ ଗରାପୁରସ୍ଥିତ ସୈାଭାଗ୍ୟ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡିଶା ପ୍ରଦେଶର ସହ ପ୍ରଭାରୀ ବିଜୟ ପାଲ ସିଂ ତୋମର, ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରବକ୍ତା ଗୋଲକ ମହାପାତ୍ର, ଜିଲ୍ଲା ପ୍ରଭାରୀ ଯତିନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଶ୍ରୀ ତୋମାରଜୀ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟ କରିବାର ଶୈଳି, ପାର୍ଟିର ନୀତି ଆଦର୍ଶ ଏବଂ ପାର୍ଟିର ମୂଳମନ୍ତ୍ର ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବା ନିମନ୍ତେ ପ୍ରଥମ ସ୍ତରରେ ଜିଲ୍ଲାର ୩୪ଟି ମଣ୍ଡଳର ମଣ୍ଡଳ ସଭାପତି ଓ ସମ୍ପାଦକଙ୍କ ସହ ଆଲୋଚନା କରିଥିଲେ । ଦ୍ୱିତୀୟ ସ୍ତରରେ ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ମୂଳ କାର୍ଯ୍ୟକର୍ତ୍ତାଙ୍କ ସହ ଦଳ କିପରି ଆଗକୁ ସୁଦୃଢ ଭାବରେ କାର୍ଯ୍ୟ କରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ବିଜେପି ଦଳ ଏକ ମୂଲ୍ୟ ଆଧାରିତ ପାର୍ଟି । ଦଳରେ ବୁଥ ସ୍ତରରୁ ରାଷ୍ଟ୍ର ପର୍ଯ୍ୟନ୍ତ ରାଷ୍ଟ୍ର ସେବାରେ ନିଜକୁ ସମର୍ପିତ କରିବା ନିମନ୍ତେ ଶ୍ରୀ ତୋମାର ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୁନାକର ବେହେରା, ଅଲେଖ କୁମାର ଜେନା, ଦୋଳ ଗୋବିନ୍ଦ ନାୟକ, ବିଜୟ କୁମାର ପ୍ରଧାନ, ମାନସ ମହାନ୍ତି, ଭୂବନ ମୋହନ ଜେନା, ଦୁର୍ଯ୍ୟୋଧନ ସାହୁ, ଉମାକାନ୍ତ ପଟ୍ଟନାୟକ, ବ୍ରଜ ସୁନ୍ଦର ଭୂୟାଁ, ବୈଦ୍ୟନାଥ ଚାଟାର୍ଜୀ, ଜିଲ୍ଲା ପରିଷଦ ସଭ୍ୟ ନାରଦ ବିଶ୍ୱାଳ, ଅହଲ୍ୟା ଲେଙ୍କା, ଦେବାଶିଷ ଦାସ, ସନ୍ତୋଷ ଜେନା, ଭକ୍ତବନ୍ଧୁ ମିଶ୍ର, ଅଭିମନ୍ୟୁ ଗୋଛାୟତ, ଶଶାଙ୍କ ଶେଖର ସେଠୀ, ସରୋଜ ନାୟକ, ବିନ୍ଦୁ ସାଗର ଦାସ, ପ୍ରିୟଦର୍ଶିନୀ ନନ୍ଦ, ରଞ୍ଜନ ଆଚାର୍ଯ୍ୟ, ସତ୍ୟ ପ୍ରକାଶ ସାମଲ, ନେହେରୁ କୁମାର ସାହୁ, ମୁକ୍ତିକାନ୍ତ ସ୍ୱାଇଁ, କୃଷ୍ଣଚନ୍ଦ୍ର ପଣ୍ଡା, ଉପିନ କୁମାର ରାଉତ, ମନୋରଞ୍ଜନ ଉପାଧ୍ୟାୟ,ଦିଲ୍ଲିପ ଦାଶ,ବିକ୍ରମ ରାଉତରାୟ, ମିହିର ସାମଲ, ଗଗନବିହାରୀ ସାହୁ, କଳ୍ପନା ମଲ୍ଲିକ,ଦୁର୍ଗାପ୍ରସନ୍ନ ନାୟକ, ଅମିତାଭ ସୁଆର, ସୁଦାମ ମଳିକ, ଅମ୍ରୁତ ମହାନ୍ତି, ଲଲାଟକେଶରୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ