ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହେଲେ ମୀନା ଦ୍ୟାନ ସାମନ୍ତରା
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଶ୍ରୀମତି ମୀନା ଦ୍ୟାନ ସାମନ୍ତରାଙ୍କ ନାମ ଘୋଷଣା କରିଛନ୍ତି । ଶ୍ରୀମତି ମୀନା ଦ୍ୟାନ ସାମନ୍ତରା ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଦାୟୀତ୍ୱ ନେଇଥିବାରୁ ଦଳର ବରିଷ୍ଠ ନେତା ପ୍ରଭାତ କିରଣ ଷଡ଼ଙ୍ଗୀ, ଏନ୍. ରାଜେନ୍ଦ୍ର କୁମାର, ମନୋଜ ପଟନାୟକ,ରାମ କୁମାର ପାତ୍ର, ସୁନିଲ କୁମାର ସାହୁ,ସିଦ୍ଧାନ୍ତ ଗଙ୍ଗଦେବ, ମଦନ ମହୋନ ପାତ୍ର, ବାଳକୃଷ୍ଣ ସାମନ୍ତରା, ସୁଶିଳା ମଲ୍ଲିକ, କର୍ପୋରେଟ ର ନୀଳକଣ୍ଠ ସାହୁ, ଡ଼ି.କରୁଣାକର, ପ୍ରଦୀପ ଶତପଥି, ସବିତା ସାହୁ, ରଞ୍ଜିତା ବେହେରା, ସାବିତ୍ରୀ ନାୟକ, ବନିତା ସାହୁ, ବିନାୟକ ରଥ,ଶିବ ଶଙ୍କର ନାୟକ, ସରୋଜ ପାତ୍ର, ଶିବ ଶଙ୍କର ଶତପଥି, କିରଣ କୁମାର ସାହୁ, ସରୋଜ ଦାସ, ସୁବ୍ରତ ପାଳ, କେ.ଟୁଙ୍ଗୁରୁ ପାତ୍ର ପ୍ରମୁଖ କାର୍ଯକର୍ତ୍ତା ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀମତି ମୀନା ଦ୍ୟାନ ସାମନ୍ତରା ଙ୍କ ନେତୃତ୍ବରେ ଗଞ୍ଜାମ ଜିଲ୍ଲାରେ ମହିଳା ମୋର୍ଚ୍ଚା ସୁଦୢଢ଼ ହୋଇ ନିଶ୍ଚୟ ଆଗକୁ ବଢିବ ବୋଲି କାର୍ଯକର୍ତ୍ତା ମାନେ ପ୍ରକାଶ କରିଛନ୍ତି । ଶ୍ରୀମତି ମୀନା ଦ୍ୟାନ ସାମନ୍ତରା ଙ୍କୁ ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ନିଯୁକ୍ତି ଦେଇଥିବାରୁ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା,ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ର,ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର,ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟନାୟକ ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଧନ୍ୟବାଦ ସହ କୢତଙ୍ଗ୍ୟତା ଜଣାଇଛନ୍ତି ।