ଭାରତୀୟ ଜନତା ପାର୍ଟି ଗୋଷାଣୀନୂଆଗାଁ ମଣ୍ଡଳ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ

ବ୍ରହ୍ମପୁର, (ଅନିଲ କୁମାର):ଭାରତୀୟ ଜନତା ପାର୍ଟି ଗୋଷାଣୀନୂଆଗାଁ ମଣ୍ଡଳ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚ଼ରଣ ପତିଙ୍କ ସଭାପତିତ୍ୱରେ ସ୍ଥାନୀୟ ଗାନ୍ଧୀ ନଗର ଛକ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସର୍ବସମ୍ମତି ଏବଂ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ଅନୁମୋଦନ କ୍ରମେ ଗୋଷାଣୀନୂଆଗାଁ ମଣ୍ଡଳ ସଭାପତି ଭାବେ କୃଷ୍ଣ ଚ଼ନ୍ଦ୍ର ଚୌଧୁରୀଙ୍କ ନାମକୁ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚ଼ରଣ ପତି ଘୋଷଣା କରିଛନ୍ତି । ଗୋଷାଣୀନୂଆଗାଁ ମଣ୍ଡଳରେ କୃଷ୍ଣ ଚ଼ନ୍ଦ୍ର ଚୌଧୁରୀଙ୍କ ନେତୢତ୍ୱରେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ସ୍ଥିତି ସୁଦୢଢ଼ ହେଇପାରିବ ବୋଲି ଶ୍ରୀ ପତି ଆଶା ବ୍ୟକ୍ତ କରିଛନ୍ତି । ଗୋଷାଣୀନୂଆଗାଁ ମଣ୍ଡଳର ନୂତନ ସଭାପତି ଭାବେ ଆଜି ଦାୟୀତ୍ୱ ନେଇଥିବା କୃଷ୍ଣ ଚ଼ନ୍ଦ୍ର ଚୌଧୁରୀଙ୍କୁ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ତଥା ଗୋଷାଣୀନୂଆଗାଁ ମଣ୍ଡଳ ପ୍ରଭାରୀ ପ୍ରଭାତ କିରଣ ଷଡ଼ଙ୍ଗୀ ପୁଷ୍ପଗୁଛ ସହ ଉପଢ଼ୋକନ ଦେଇ ସ୍ୱାଗତ ସହ ଅଭିନନ୍ଦନ ଜଣାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପ ସଭାପତି ସୁନିଲ କୁମାର ସାହୁ,ବରିଷ୍ଠ ନେତା ତଥା ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର,ଜିଲ୍ଲା ସମ୍ପାଦିକା ସୁଶିଳା ମଲ୍ଲିକ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ବରିଷ୍ଠ କାର୍ଯକର୍ତ୍ତା ପ୍ରହ୍ଲାଦ ପାଣିଗ୍ରାହୀ,ଯୁବ ନେତା ସାଗର ପାତ୍ର,ଅଭୟ ଶତପଥି,ରବିନ୍ଦ୍ର ସାହୁ,ନୀଳାଞ୍ଚଳ ଚୌଧୁରୀ,ମନୋଜ ପାଢ଼ୀ,ସବିତା ନାୟକ,ଡ଼ି.ଅନିଲ ରାଓ, ବିନୋଦ ସିଂ,ସୁଦର୍ଶନ ମହାରଣା,ଶ୍ୟାମ ସୁନ୍ଦର ଚୌଧୁରୀ,ସନ୍ତୋଷ ସେଠୀ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ