ଭାରତୀୟ ଜନତା ପାର୍ଟି ତରଫରୁ ସ୍ୱାଧିନତା ଦିବସ ପାଳନ

ବ୍ରହ୍ମପୁର,(ଓ୍ବାଇଏନ୍ଏସ୍):  ୭୪ତମ ସ୍ୱାଧିନତା ଦିବସ ଅବସରରେ ଭାରତୀୟ ଜନତା ପାର୍ଟି ଗଂଜାମ ଜିଲ୍ଲା ତରଫରୁ ସରକାରଙ୍କ ସମସ୍ତ କୋଭିଡ୍ ନିୟମକୁ ପାଳନ କରି ମାସ୍କ ପରିଧାନ କରିବା ସହ ସାମାଜୀକ ଦୂରତାକୁ ପାଳନ କରି ସ୍ଥାନୀୟ ଗାନ୍ଧୀ ନଗର ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତି ତଳେ କାର୍ଯ୍ୟକର୍ତା ଏବଂ ସାଧାରଣ ଜନତାଙ୍କ ଗହଣରେ ଜାତୀୟ ପତାକା ଉତୋଳନ ସହ ସମବେତ ଭାବରେ ଜାତୀୟ ସଂଗୀତ ଗାନ କରାଯାଇଥିଲା । ପତାକା ଉତୋଳନ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନାଙ୍କ କର କମଳରେ ହୋଇଥିଲା । ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତିରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପ-ସଭାପତି ତଥା ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ଭୃଗୁ ବକ୍ସିପାତ୍ର ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ,ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ କାହ୍ନୁ ଚରଣ ପତି ସଭାପତିତ୍ୱ କରିବା ସହ ନିଜ ଉଦ୍‌ବୋଧନ ରେ ଭାରତ ବର୍ଷର ସ୍ୱାଧନତା ପାଇଁ ବଳିଦାନ ଦେଇଥିବା ମହାପୁରୁଷଙ୍କ ଅବଦାନ ଉପରେ ନିଜର ବକ୍ତବ୍ୟ ରଖିଥିଲେ ।
କୋରୋନା ମହାମାରୀର ପ୍ରକୋପରେ ଗଂଜାମ ଜିଲ୍ଲା ରେଡ୍ ଜୋନ୍‌ରେ ରହିଥିବା ବେଳେ ଗଂଜାମ ଜିଲ୍ଲାର ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ପହଁଚାଇବା ପାଇଁ ଭାରତୀୟ ଜନତା ପାର୍ଟି ଗଂଜାମ ଜିଲ୍ଲା ତରଫରୁ ଏକ “ସହାୟ” ସ୍ୱାସ୍ଥ୍ୟ ଆପ୍‌ର ଶୁଭାରମ୍ଭ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪ଗୋଟି ଏମ୍ବୁଲାନ୍‌ସର ସୁବିଧା କରାଯିବା ସହ ମାଗଣା ଔଷଧ ବଂଟନର ବ୍ୟବସ୍ଥା କରାଯାଇଅଛି, ଏହା ସହ ମହାପ୍ରୟାଣ ଗାଡିର ବ୍ୟବସ୍ଥା ମଧ୍ୟ ଲୋକ ମାନଙ୍କ ନିମନ୍ତେ ଜିଲ୍ଲା ବିଜେପି ପକ୍ଷରୁ କରାଯାଇଅଛି । ଡାକ୍ତର ମାନେ ଅନଲାଇନରେ ଲୋକ ମାନଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ଯୋଗାଇବେ ଏଥିପାଇଁ ଏକ ଟୋଲ୍ ଫ୍ରି ନଂମ୍ବର ୧୮୦୦୧୦୨୨୧୩୫ ର ମଧ୍ୟ ଆଜି ଶୁଭାରମ୍ଭ କରାଯାଇଥିଲା । ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ମାନେ ଦୀର୍ଘ ପାଂଚ ମାସ ହେଲା ଲୋକମାନଙ୍କୁ ମାଗଣା ସୁଖିଲା ଖାଦ୍ୟ ବଂଟନ ଠାରୁ ଅରମ୍ଭ କରି ରନ୍ଧନ ଖାଦ୍ୟ ବିତରଣ, ମାସ୍କ ବଂଟନ, ଅସହାୟ ରୋଗୀଙ୍କୁ ମେଡିକାଲ୍‌ରେ ସ୍ୱାସ୍ଥ୍ୟ ସେବାରେ ସାହାଯ୍ୟ, ରକ୍ତଦାନ ଏବଂ କେନ୍ଦ୍ର ଆୟୁଷ ମନ୍ତ୍ରାଣାଳୟ ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଥିବା ହୋମିଓପାଥିକ୍ ଔଷଧ ବଂଟନ ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ନିରନ୍ତର ଲୋକ ମାନଙ୍କୁ ସେବା ଦେଇ ଆସୁଛନ୍ତି । ବର୍ତମାନର ଏହି ଘଡି ସନ୍ଧି ସମୟରେ ଯେତେ ବେଳେ ଜିଲ୍ଲା ବାସୀ ଡାକ୍ତର ଓ ଔଷଧ ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି , ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଧୀନତା ଦିବସରେ ଆରମ୍ଭ କରାଯାଇଥିବା ଏହି ସବୁ ପଦକ୍ଷେପ ଗୁଡିକ ଲୋକ ମାନଙ୍କୁ ବହୁତ ସହାୟକ ହୋଇପାରିବ ।
ଡାକ୍ତର ସୁବାଷ ସାହୁ ଏବଂ ଡାକ୍ତର ଅମୁଲ୍ୟ ଚୌଧୁରୀଙ୍କ ନେତୃତ୍ୱରେ ପାଂଚ ଜଣିଆ ଟିମ୍ ଗଠନ ହୋଇଥିବା ବେଳେ , ଶବ ସତ୍କାର ପାଇଁ ଏନ୍‌.ରାଜେନ୍ଦ୍ର କୁମାର ଏବଂ ରାମ କୁମାର ପାତ୍ରଙ୍କ ନେତୃତ୍ୱରେ ୧୦ଜଣିଆ ଟିମ୍‌ର ଗଠନ କରାଯାଇଛି ଏଥିରେ କିରଣ କୁମାର ସାହୁ, ମଧୁସୁଦନ ସାହୁ, ଜଗଦୀସ ପ୍ରଧାନ , କମଲ ପାତ୍ର ପ୍ରମୁଖ ରହିଛନ୍ତି । ସେହିଭଳି ଆପ ପରିଚାଳନା ଦାୟୀତ୍ୱ ଶିବ ଶଙ୍କର ଶତପଥୀ ଓ ଶିବ ପ୍ରସାଦ ପାତ୍ରଙ୍କୁ ଦିଆଯାଇଥିବା ବେଳେ ପ୍ରଭାତ କିରଣ ଷଡଙ୍ଗୀ ଓ ମଦନ ମୋହନ ପାତ୍ର ଙ୍କୁ ଏହାର ସଂଯୋଜନା ଦାୟୀତ୍ୱ ପ୍ରଦାନ କରାଯାଇଛି । ଫାର୍ମାସିଷ୍ଟ ରାଜିବ ମିଶ୍ର ଓ ଆଲୋକ ଶତପଥୀଙ୍କର ମଧ୍ୟ ଏକ ଟିମ୍ ଗଠନ କରାଯିବା ସହ ଔଷଧ ଯୋଗାଣ ଦାୟୀତ୍ୱ ବିଷ୍ଣୁ ପ୍ରସାଦ ପଣ୍ଡାଙ୍କୁ ଦିଆଯାଇଛି । ସମସ୍ତ ସୁଚନା ଏବଂ ସଂପର୍କ ଦାୟୀତ୍ୱ ସିଦ୍ଧାନ୍ତ ଗଙ୍ଗଦେବ ଏବଂ ଶରତ ସାହୁଙ୍କୁ ନ୍ୟସ୍ତ କରାଯାଇଛି ।
ଏ ଅବସରରେ ଛତ୍ରପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର କର , ମହନ୍ତ ଚିନ୍ମୟାନନ୍ଦ , ନିରଂଜନ ପାଣିଗ୍ରାହୀ,ସୁବାସିନୀ ପଟନାୟକ, ନମିତା ପଣ୍ଡା , ଏସ୍ ରାଣୀ, ସନ୍ତୋଷିନୀ ସାହୁ,ଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଓ ବରିଷ୍ଠ କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ