ବିଜେପି ପକ୍ଷରୁ ଛତ୍ରପୁର ବିଧାନ ସଭା ପାଇଁ ପ୍ରଶାନ୍ତ କର ପ୍ରାର୍ଥୀ ପତ୍ର ଦାଖଲ କଲେ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ ): ଭାରତୀୟ ଜନତା ପାର୍ଟି ପକ୍ଷରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀର ହଜାର ହଜାର ଦଳୀୟ ନେତା ଓ କର୍ମୀ ମାନେ ଏକତ୍ର ହୋଇ ସ୍ଥାନୀୟ ଅପରବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି କେନ୍ଦ୍ର ସରକାରଙ୍କ ଗୁଣଗାନ କରି ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ପହଂଚିଥିଲେ । ସେଠାରେ ଛତ୍ରପୁର ବିଧାନସଭା ନିମନ୍ତେ ଛତ୍ରପୁର ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ତଥା ଦଳିତ ନେତା ପ୍ରଶାନ୍ତ କର ନିଜର ପ୍ରାର୍ଥୀ ପତ୍ର ଛତ୍ରପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣି ଅଫିସର ପ୍ରିୟ ରଂଜନ ପୃଷ୍ଟିଙ୍କ ନିକଟରେ ଦାଖଲ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ