ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସ୍ତରୀୟ ଆମେଦକରଙ୍କ ୧୩୫ ଜନ୍ମ ଜୟନ୍ତୀ ପାଲିତ

ବୋଡେ଼ନ,(ଡୋଲେଶ୍ୱର ବାଗ):ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷ ରୁ ଜିଲ୍ଲା ସ୍ତରୀୟ ଆମେଦକରଙ୍କ ୧୩୫ ଜନ୍ମ ଜୟନ୍ତୀ ପାଲିତ ହୋଇଯାଇଅଛି। ଏହି ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ଖଡିଆଳ ଅଗ୍ରେସନ୍ ଭବନ ରୁ ବାହାରି ଅମେଦକର ଛକ ଠାରେ ପହଞ୍ଚିଥିଲା। ସେଠାରେ ଆମ୍ବେଦକର ପ୍ରତିମୂର୍ତ୍ତୀରେ ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ଙ୍କ ନେତୃତ୍ୱରେ ମାଲ୍ୟାର୍ପଣ କରିଥିବା ବେଳେ ଜିଲ୍ଲା ଅନୁସୂଚିତ ଜାତି ପକ୍ଷ ରୁ ସ୍ୱର୍ଗତ କରିଥିଲେ। ଏକ ପଥ ସଭା ଅନୁଷ୍ଠିତ ହୋଇଯାଇଅଛି। ଶୋଭାଯାତ୍ରା ମାଲ୍ୟାର୍ପଣ ପରେ ପ୍ରତ୍ୟାବର୍ତ୍ତନ କରି ଅଗ୍ରେସନ ଧର୍ମଶାଳା ରେ ସାଧାରଣସଭା ଅନୁଷ୍ଠିତ ହୋଇ ସମରସତା ଦିବସ ପାଳିତ ହୋଇଯାଇଅଛି। ସଭା ରେ ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ ସଭାପତି ସୁବ୍ରତ ଠାକୁର ମଞ୍ଚ ପରିଚାଳନା କରିଥିଲେ। ଅତିଥି ରୁପେ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ମୁଖ୍ୟ ବକ୍ତା ରୂପେ ପୁସ୍ତମ ସୁନାନୀ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ।ଦୂରଦୃଷ୍ଟି ସମ୍ପର୍ଣ୍ଣ ମହା ଚିନ୍ତା ନାୟକ,ସମ୍ବିଧାନ ପ୍ରଣୟତା, ଭୀମ ରାଓ ଆମ୍ବେକରଙ୍କ ଜୀବନ ଉପରେ ପ୍ରକାଶ କରି ସାମ୍ବିଧାନିକ ସମାନତା ଅଧିକାର ଉପରେ ଗୁରୁତ୍ବ ଦେଇ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ