ଭାରତୀୟ ଜନତା ପାର୍ଟି ପକ୍ଷରୁ ଧାମନଗର ବ୍ଲକ କରଦା ପଞ୍ଚାୟତରେ ବନ୍ଧୁ ମିଳନ
ଧାମନଗର,(ସନ୍ତୋଷ କୁମାର ପ୍ରଧାନ): ଧାମନଗର ବ୍ଲକ ଦୋବଲ ଜୋନ କରଦା ପଞ୍ଚାୟତରେ ରବିବାରଦିନ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପଞ୍ଚାୟତର ପ୍ରମୁଖ ଶ୍ରୀଯୁକ୍ତ ଶଶିକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାଯ୍ୟ କ୍ରମରେ ମୁଖ୍ୟ ଅତିଥି ଧାମନଗର ବିଧାୟକ ତଥା ଓଡ଼ିଶା ବିଧାନସଭାର ବିରୋଧି ଦଳର ଉପନେତା ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସେଠୀ ଯୋଗଦେଇ ଉପସ୍ଥିତ କର୍ମୀଗଣଙ୍କୁ ଉତ୍ସାହିତ କରିବା ସହିତ ସଙ୍ଘଠନକୁ ଆହୁରି ମଜଭୁତ କରିବା ଓ କେନ୍ଦ୍ର ସରକାରଙ୍କ ଯୋଜନାକୁ କିପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ମୁଖ୍ୟ ଉଦେଶ୍ୟ ଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦୋବଲ ଜୋନର ଜିଲ୍ଲାପରିସଦ ସଭ୍ୟ ଶ୍ରୀଯୁକ୍ତ ମନୋରଞ୍ଜନ ମଲ୍ଲିକ, ମୁକୁନ୍ଦଦେବ ମଣ୍ଡଳର ସଭାପତି ଶ୍ରୀଯୁକ୍ତ ଅରବିନ୍ଦ ପତି ମୁକୁନ୍ଦଦେବ ମଣ୍ଡଳର ସାଧାରଣ ସମ୍ପାଦକ ଶ୍ରୀକାନ୍ତ ଦାଶ, ପୁର୍ବତନ ପଞ୍ଚାୟତ ସଭାପତି ପ୍ରଦ୍ୟୁମ୍ନ ଦ୍ବିବେଦୀ, ଆଇନଜୀବୀ ରଞ୍ଜନ ସାହୁ, ସମାଜ ସେବୀ ବ୍ରହ୍ମାନନ୍ଦ କର, ଓ ନାରୀ ନେତ୍ରୀ ଶ୍ରୀମତୀ ସୁଜାତା ରଥ, ମଣ୍ଡଳ ସମ୍ପାଦିକା ସରୋଜିନୀ ଦାଶ,ଅରୁଣ ପୃଷ୍ଟି, ନିଳାମ୍ବର,ପୃଷ୍ଟି ଓ ବିଜେପିର ସମସ୍ତ ବୁଥ ସଭାପତି ଯୁବ ବନ୍ଧୁ, ମହିଳା ଓ ବହୁ ବରିଷ୍ଠ ଏବଂ କନିଷ୍ଠ କର୍ମୀ ଯୋଗଦେଇଥିଲେ ।


