ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ରହ୍ମପୁର ଠାରେ ବିଧାନସଭା ସ୍ତରୀୟ “ବୁଥ୍ ସଶକ୍ତିକରଣ

ବ୍ରହ୍ମପୁର, (ଅନିଲ କୁମାର): ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ବ୍ରହ୍ମପୁର ଠାରେ ବିଧାନସଭା ସ୍ତରୀୟ “ବୁଥ୍ ସଶକ୍ତିକରଣ ଅଭିଯାନ କର୍ମଶାଳା” ବ୍ରହ୍ମପୁର ବିଧାନସଭାର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ସଭାପତିତ୍ବରେ ସ୍ଥାନୀୟ ହୋଟେଲ୍ ମୟୁରୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ବିଧାନସଭା ଅନ୍ତର୍ଗତ ସମସ୍ତ ମଣ୍ଡଳ ସଭାପତି,ୱାର୍ଡ଼ ପ୍ରମୁଖ,ବୁଥ୍ ପ୍ରମୁଖ,ଜିଲ୍ଲା ପଦାଧିକାରୀ ଏବଂ ରାଜ୍ୟ ପଦାଧିକାରୀ ମାନଙ୍କୁ ନେଇ ଆଜିର ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲା ଦାୟିତ୍ୱରେ ଥିବା ରାଜ୍ୟ ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀ ଯୋଗ ଦେଇ ଗଞ୍ଜାମ ଜିଲ୍ଲାରେ ଦଳୀୟ ସାଙ୍ଗଠନିକ ସ୍ଥିତି ଅନୁଧ୍ୟାନ କରିବା ସହ ଦଳକୁ ବୁଥ୍ ସ୍ତରରେ ଅଧିକ ସୁଦୃଢ଼ କରିବା ପାଇଁ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଯୋଜନା ଗୁଡିକୁ ବୁଥ୍ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ କାର୍ଯ୍ୟକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ । ଆଜିର ଏହି “ବୁଥ୍ ସଶକ୍ତିକରଣ ଅଭିଯାନ କର୍ମଶାଳା”ରେ ବ୍ରହ୍ମପୁର ବିଧାନସଭା ପ୍ରଭାରୀ ରାମ ପ୍ରସାଦ ସାମଲ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ କୁମାର ସତପଥି,କର୍ପୋରେଟର ସବିତା ସାହୁ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ଡ଼ା.ସୁବାଷ ସାହୁ,ଜିଲ୍ଲା ସମ୍ପାଦିକା ସୁଶିଳା ମଲ୍ଲିକ,ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,କୃଷ୍ଣ ଚନ୍ଦ୍ର ଚୌଧୁରୀ,କେ.ଟୁଙ୍ଗୁରୁ ପାତ୍ର,ସରୋଜ ପାତ୍ର,ପୂର୍ବତନ ଜିଲ୍ଲା ଉପସଭାପତି ପ୍ରବୀର ପାତ୍ର,ଆନନ୍ଦ ମହାଙ୍କୁଡ,ବାଙ୍କାନିଧି ସେଠୀ,ସୁରେଶ ସାହୁ,ବିଜୟ ଗୋପାଳ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ତୁତୁନ ପାତ୍ର,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା ପାଳ, ସସ୍ମିତା ଦାସ,ପ୍ରେମଶିଳା ନନ୍ଦ,ସିଏଚ୍.ଆପନା,ରବି ନାରାୟଣ ସାବତ,ଏସ୍.ଶ୍ରୀନିବାସ,ଡ଼ା.ରାମହରି ଖଣ୍ଡୁଆଳ,‌ପୁର୍ଣ୍ଣ ଚନ୍ଦ୍ର ସାହୁ, ଚିତ୍ତରଞ୍ଜନ ପାଠୀ,ପ୍ରଣୟ ମହାପାତ୍ର,ନୀଳାଞ୍ଚଳ ପଣ୍ଡା, କମଲ୍ ପାତ୍ର,କାଳୀ ପ୍ରସାଦ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ