ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ “ବୁଥ୍ ଚାଲ ଅଭିଯାନ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ “ବୁଥ୍ ଚାଲ ଅଭିଯାନ” ସହ “ମୋଦି ଗ୍ୟାରେଣ୍ଟି ପଦଯାତ୍ରା” ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ସ୍ଥାନୀୟ ଗେଟ୍ ବଜାର ମଣ୍ଡଳ ଅନ୍ତର୍ଗତ ୧୬,୧୭ ଏବଂ ୨୪ ନଂ ୱାର୍ଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ଗେଟ୍ ବଜାର ମଣ୍ଡଳର ୧୫ଟି ବୁଥ୍ ସଭାପତି ମାନଙ୍କ ସହ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଘରକୁ ଘର ଯାଇ ବୁଥ୍ ଚାଲ ଅଭିଯାନ ମାଧ୍ୟମରେ ସମ୍ପର୍କ ସ୍ଥାପନ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକ ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ । କାହ୍ନୁ ପତିଙ୍କ ନେତୃତ୍ବରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ କାନ୍ଥ ଲିଖନ ସହ ବୁଥ୍ ର ପ୍ରମୁଖ ବ୍ୟକ୍ତିତ୍ବ ମାନଙ୍କ ସହ “ଚାୟ ପେ ଚର୍ଚ୍ଚା” କାର୍ଯ୍ୟକ୍ରମ ବିଭିନ୍ନ ଛକରେ ଅନୁଷ୍ଠିତ ହେଇଥିଲା । ଏହାସହ କାର୍ଯ୍ୟକର୍ତ୍ତାମାନେ ମୋଦି ଗ୍ୟାରେଣ୍ଟି ପତ୍ରିକା ଏବଂ ମୋଦି କ୍ୟାଲେଣ୍ଡର ଘରେ ଘରେ ବଣ୍ଟନ କରିଥିଲେ । ଆଗାମୀ ଦିନରେ ବିକଶିତ ବ୍ରହ୍ମପୁରର ସଂକଳ୍ପ ନେଇ ବ୍ରହ୍ମପୁର ବିଧାନସଭାରେ ଭାରତୀୟ ଜନତା ପାର୍ଟିକୁ ଯଶସ୍ୱୀ କରାଇବାରେ ଏହି “ମୋଦି ଗ୍ୟାରେଣ୍ଟି ଅଭିଯାନ” ସହାୟକ ହେବ ବୋଲି ଶ୍ରୀ ପତି ମତ ବ୍ୟକ୍ତ କରିଥିଲେ । ନିର୍ବାଚିତ ପ୍ରତିନିଧି ମାନେ ଲୋକଙ୍କ ମୌଳିକ ସମସ୍ୟାକୁ ଅଣଦେଖା କରି ବାରମ୍ବାର ପ୍ରତାରଣା କରିଚାଲିଛନ୍ତି । ବିଜେପିର ଏହି ଅଭିଯାନ ବେଳେ ଜନସାଧାରଣ ନିଜ ନିଜର ସମସ୍ୟା ବିଜେପି ନେତୃବୃନ୍ଦଙ୍କ ସହ ଆଲୋଚନା କରି ଏଥର ବ୍ରହ୍ମପୁରରେ ବିଜେପି ଆସିବା ଦରକାର ବୋଲି ମତ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା । ଏହି “ବୁଥ୍ ଚାଲ ଅଭିଯାନ ସହ ମୋଦି ଗ୍ୟାରେଣ୍ଟି ପଦଯାତ୍ରାରେ” ଗେଟ୍ ବଜାର ମଣ୍ଡଳ ସଭାପତି ଧର୍ମରାଜ ପାଣିଗ୍ରାହୀ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦିକା ଏସ୍.ରାଣୀ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ରାଜ୍ୟ ଓବିସି ମୋର୍ଚ୍ଚା ସଂଯୋଜକ ଏସ୍.ଶ୍ରୀନିବାସ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ବରିଷ୍ଠ ନେତା ସୁନିଲ କୁମାର ସାହୁ,ଶଙ୍କର ମହାପାତ୍ର, ଜି.ବିଜୟ ପାତ୍ର,ଲିଲୁ ମହାରଣା,ପ୍ରେମଶିଳା ନନ୍ଦ,କୃଷ୍ଣ ଚନ୍ଦ୍ର ଚୌଧୁରୀ,କେ.ଟୁଙ୍ଗୁରୁ ପାତ୍ର,ସୁବ୍ରତ ପାଳ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କେ.ରବି ରାଓ,କମଲ୍ ପାତ୍ର,ଦେବୁନ୍ ପଟ୍ଟନାୟକ,ରଜତ କୁମାର ପାତ୍ର,ଶିରିଡ଼ି ବିକ୍ରମ,ୟୁ.ରାଜା ରାଓ,ରାକେଶ ସାବତ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ଅଞ୍ଚଳ ବାସୀ ଏହି “ବୁଥ୍ ଚାଲ ଅଭିଯାନ ସହ ମୋଦି ଗ୍ୟାରେଣ୍ଟି ପଦଯାତ୍ରାରେ” ସାମିଲ୍ ହେଇଥିଲେ । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୧୦ ତମ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ଗେଟ୍ ବଜାର ମଣ୍ଡଳ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ବିଧାନସଭା ନେତା କାହ୍ନୁ ଚରଣ ପତିଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ମନ୍ କୀ ବାତ୍” ଶୁଣିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ