ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଧାମନଗର(ସନ୍ତୋଷ କୁମାର ପ୍ରଧାନ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ସେବା ହିଁ ସଂଘଠନ” ଆହ୍ୱାନ କ୍ରମେ ଭାରତୀୟ ଜନତା ଯୁବମୁର୍ଚ୍ଚା,ମୁକୁନ୍ଦଦେବ ମଣ୍ଡଳ (ଦୋବଲ)ତରଫରୁ ଧାମନଗର ବ୍ଲକ ସୋହଡା ପଞ୍ଚାୟତ ବାଲିପଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ରକ୍ତର ଅଭାବରୁ କାହାରି ମୃତ୍ୟୁ ନହେଉ ସେହି ଉଦ୍ଧେଶ୍ୟରେ ଏହି ରକ୍ତଦାନ ଶିବିରଟି ହୋଇଥିଲା। ରଞ୍ଜିତ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟଅତିଥି ଭାବେ ଦୋବଲ ଜୋନ୍’ର ଜିଲ୍ଲାପରିସଦ ସଭ୍ୟ ମନୋଜ କୁମାର ମଲ୍ଲିକଙ୍କ ଉପସ୍ଥିତରେ ପୂର୍ବତନ ସରପଞ୍ଚ ଅଶୋକ ପୁହାଁଣ ଫିତା କାଟି ଶିବିରକୁ ଉଦଘାଟନ କରିଥିଲେ। ସଂମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ସୁତାର, ରାଜ୍ୟ ସଂଯୋଜକ ବିଜେପି ଯୁବମୁର୍ଚ୍ଚା ଓଡିଶା ସୁର୍ଯ୍ୟବଂଶୀ ସୁରଜ, ମୁକୁନ୍ଦଦେବ ମଣ୍ଡଳ ସଭାପତି ଅରବିନ୍ଦ ପତି, ଅଖିଳ ଜେନା, ସନ୍ତୋଷ ଦାସ ଅଧିକାରୀ, ସରୋଜ କୁମାର ପରିଡା, ରାହେନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଏହି ସିବିରରେ ମୋଟ ୬୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ରକ୍ତ ଭଣ୍ଡାର ଡ଼ ସଞ୍ଜୟ କୁମାର ଭୋଇ, ରବୀନ୍ଦ୍ର ଯେନା, ରତିକାନ୍ତ ବଳ, ସୁବ୍ରତ ବିଶ୍ୱାଳ, ଏସକେ ବୁଦ୍ଧିଆ ଓ ପ୍ରକାଶ ରାଉତଙ୍କ ଉପସ୍ଥିତରେ ରକ୍ତ ସଂଗ୍ରହ ହୋଇଛି। ମୁଖ୍ୟ ସହଯୋଗୀ ଭାବେ ସୋହଡ଼ା ପଞ୍ଚାୟତର ବିଜେପି ଯୁବମୋର୍ଚା ସଭାପତି ବିକାଶ ଦାସ, ଉପସଭାପତି ମୃତ୍ୟଞ୍ଜୟ ହାଜରା କାର୍ଯ୍ୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୌମ୍ୟରଞ୍ଜନ ଦାସ, ଆକାଶ ଜେନା, ଚନ୍ଦନ ଧଳ, ଅଭିନାସ ଗାହାଣ, ବୁବୁନ ଦାଶ, ରଞ୍ଜିତ ବେହେରା,ତୁଷାର ସାହୁ, ମଳୟ ଜେନା, ଚନ୍ଦନ ସାହାଣୀ, ବିଶ୍ଵଜିତ ପାଢ଼ୀ, ଶ୍ରୀକାନ୍ତ ଦାସ, ଅନୀଲ ଘଡେଇ, ରଞ୍ଜନ ଜେନା ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ