ଭାରତୀୟ ଡ଼ାକ ବିଭାଗର ରାଷ୍ଟ୍ରୀୟ ଡ଼ାକ ସପ୍ତାହ
ଭାରତୀୟ ଡ଼ାକ ବିଭାଗ ପ୍ରତିବର୍ଷ ଅକ୍ଟୋବର ୯ ତାରିଖରେ “ବିଶ୍ୱ ଡ଼ାକ ଦିବସ” ଠାରୁ ଆରମ୍ଭ କରି ଅକ୍ଟୋବର ୧୫ ତାରିଖ ପର୍ୟ୍ୟନ୍ତ “ରାଷ୍ଟ୍ରୀୟ ଡ଼ାକ ସପ୍ତାହ” ପାଳନ କରିଥାଏ
୧୮୭୪ ମସିହା ଅକ୍ଟୋବର ୯ ତାରିଖରେ ସ୍ୱିଜରଲ୍ୟାଣ୍ଡର ବର୍ନ ଠାରେ ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିୟନ୍ ପ୍ରତିଷ୍ଠା ହୋଇଥିଲା ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିୟନ୍ ଏହି ପ୍ରତିଷ୍ଠା ଦିବସକୁ “ବିଶ୍ୱ ଡ଼ାକ ଦିବସ” ରୁପେ ପାଳନ କରାଯାଏ ା ବିଶ୍ୱ ଡ଼ାକ ଦିବସର ଉଦ୍ଦେଶ୍ୟ ହେଲା ଲୋକମାନଙ୍କର ତଥା ବ୍ୟବସାୟ ଗୁଡ଼ିକର ଦୈନନ୍ଦିନ ଜୀବନରେ ଡ଼ାକ ବିଭାଗର ଭୂମିକା ଏବଂ ଦେଶଗୁଡ଼ିକର ସାମାଜିକ ଓ ଆର୍ଥିକ ବିକାଶରେ ଡ଼ାକ ବିଭାଗର ଅବଦାନ ବିଷୟରେ ସଚେତନା ସୃଷ୍ଟି କରିବା ା ଭାରତୀୟ ଡ଼ାକ ବିଭାଗ ଏହି ଦିନଠାରୁ ରାଷ୍ଟ୍ରୀୟ ଡ଼ାକ ସପ୍ତାହ ପାଳନ କରିଥାଏ ାଏହି ଅବସରରେ ବିଭିନ୍ନ କାର୍ୟ୍ୟକ୍ରମ ଦ୍ୱାରା ରାଷ୍ଟ୍ରୀୟ ସ୍ତରରେ ଡ଼ାକ ବିଭାଗ ଏହାର ଭୂମିକା ସମ୍ୱନ୍ଧରେ ଜନସାଧାରଣ ଏବଂ ଗଣମାଧ୍ୟମକୁ ଅବଗତ କରାଇଥାଏ ା ନିମ୍ନଲିଖିତ କାର୍ୟ୍ୟସୂଚୀ ଅନୁସାରେ ବିଶ୍ୱ ଡ଼ାକ ଦିବସ ଏବଂ ରାଷ୍ଟ୍ରୀୟ ଡ଼ାକ ସପ୍ତାହ-୨୦୧୯ ପାଳନ କରାଯିବ ା
ତାରିଖ ଦିନ ବିବରଣୀ
ତା. ୦୯.୧୦.୨୦୧୯ରିଖ ବୁଧବାର ବିଶ୍ୱ ଡ଼ାକ ଦିବସ
ତା.୧୦.୧୦.୨୦୧୯ରିଖ ଗୁରୁବାର ବ୍ୟାଙ୍କିଙ୍ଗ୍ ଦିବସ
ତା.୧୧.୧୦.୨୦୧୯ରିଖ ଶୁକ୍ରବାର ଡ଼ାକ ଜୀବନ ବୀମା ଦିବସ
ତା.୧୨.୧୦.୨୦୧୯ରିଖ ଶନିବାର ଫିଲାଟେଲି ଦିବସ
ତା.୧୪.୧୦.୨୦୧୯ରିଖ ସୋମବାର ବ୍ୟବସାୟ ବିକାଶ ଦିବସ
ତା.୧୫.୧୦.୨୦୧୯ରିଖ ମଙ୍ଗଳବାର ଡ଼ାକ ଦିବସ
ଏହି ଅବସରରେ ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ରେ ଓଡ଼ିଶା ଡ଼ାକ ପରିମଣ୍ତଳର ନିମ୍ନଲିଖିତ ଉପଲବ୍ଧି ଗୁଡ଼ିକ ଆଲୋକପାତ କରାଯାଉଛି
(୧) ଓଡ଼ିଶା ଡ଼ାକ ପରିମଣ୍ତଳରେ ୩୦ ବର୍ଷ ବ୍ୟବଧାନରେ ଗତ ତା୦୧.୦୪.୨୦୧୯ରିଖରେ ନୂତନ ରାୟଗଡ଼ା ଡ଼ାକମଣ୍ତଳ ଏବଂ ତା୧୧.୦୬.୨୦୧୯ରିଖରେ ରାଉଲକେଲା ଡ଼ାକମଣ୍ତଳ ଶୁଭାରମ୍ଭ କରାଯାଇଛି ା ଏହି ଦୁଇଟି ନୂଆ ଡ଼ାକମଣ୍ତଳ ଦ୍ୱାରା ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାର ଅଧିବାସୀମାନେ ବିଶେଷ ଉପକୃତ ହେବେ ା
(୨) ଓଡ଼ିଶାରେ ଇଣ୍ତିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କର ୩୩ଟି ଶାଖା କାର୍ୟ୍ୟ କରୁଛି ଏବଂ ୬୩୬୯ ଡ଼ାକଘର ଆଇ.ପି.ପି.ବି.ର ଆକସେସ୍ ପଏଣ୍ଟ ଭାବେ କାର୍ୟ୍ୟ କରୁଛି ଜ୍ଝ ଆଜିସୁଦ୍ଧା ୩୪୯୩୫୦ ଆଇ.ପି.ପି.ବି. ଆକାଉଣ୍ଟ୍ ଖୋଲାଯାଇଅଛି ତନ୍ମଧ୍ୟରୁ ୪୫୯୨୩ ସଂଖ୍ୟକ ଆକାଉଣ୍ଟ ଡ଼ାକଘର ସଂଞ୍ଚୟ ଖାତାକୁ ସଂଯୋଗ କରାଯାଇଛି ଜ୍ଝ ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ରେ “ମେରା ଅଭିମାନ-ସକ୍ଷମ ଗ୍ରାମ” ପରିଯୋଜନା ଅଧିନରେ ଓଡ଼ିଶା ଡ଼ାକ ପରିମଣ୍ତଳରେ ମୋଟ ୭୫୩ ଗ୍ରାମକୁ ଆଇ.ପି.ପି.ବି. ସକ୍ଷମ ଗ୍ରାମ କରାଯାଇଥିଲା ଜ୍ଝ ଯାହାକି ଓଡ଼ିଶା ଡ଼ାକ ପରିମଣ୍ତଳ ପାଇଁ ଧାର୍ୟ୍ୟ ଲକ୍ଷ୍ୟ (୬୬ ଗ୍ରାମ)ର ୧୧୪୧% ା ଏହି ସଫଳତା ଯୋଗୁ ଓଡ଼ିଶା ଡ଼ାକ ପରିମଣ୍ତଳ ଦେଶରେ ଶୀର୍ଷ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି ା
(୩) ଗ୍ରାହକ ମାନଙ୍କ ଆବଶ୍ୟକତା ଅନୁଯାୟୀ, ଦର୍ପଣ (ଊଇଜଚଇଘ) ଭଳି ଉନ୍ନତମାନର କମ୍ପୁଟର୍ ଗ୍ରାହକ ସେବା ୬୯୬୩ ଶାଖା ଡ଼ାକଘରେ କାର୍ୟ୍ୟକାରୀ ହୋଇଛି ଜ୍ଝ ସେହିପରି ସମସ୍ତ ଡ଼ାକମଣ୍ତଳ ଓ ଆର୍.ଏମ୍.ଏସ୍. ଡ଼ାକସେବାକୁ କୋର୍ ସିଷ୍ଟମ୍ ଇଣ୍ଟିଗ୍ରେସନ୍ ବା ସି.ଏସ୍.ଆଇ. ଅନ୍ତର୍ଭୁକ୍ତ କରାଯାଇଛି ଜ୍ଝ ଓଡ଼ିଶାରେ ମୋଟ ୧୨୧୧ ବିଭାଗୀୟ ଡ଼ାକଘର ମଧ୍ୟରୁ ୧୦୨୭ଟି ଡ଼ାକଘରେ କୋର୍ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧ ା ସେହିପରି ୭୦୦୬ ଶାଖା ଡ଼ାକଘର ମଧ୍ୟରୁ ୫୧୭୧ ଶାଖା ଡ଼ାକଘର ଗୁଡ଼ିକୁ ସି.ଏସ୍.ଆଇ. ସେବା ଅନ୍ତର୍ଭୁକ୍ତ କରାଯାଇଛି ା
ଉକ୍ଟଦ୍ଭଗ୍ଧଟ୍ଟ
(୪) ଚଳିତ ଆର୍ଥିକ ବର୍ଷରେ ଓଡ଼ିଶା ଡ଼ାକ ପରିମଣ୍ତଳ ପଷରୁ “ଫକୀରମୋହନ ମହାବିଦ୍ୟାଳୟ” ଏବଂ “ସମାଜ” ଉପରେ ସ୍ମରଣିକା ଡ଼ାକଟିକଟ୍ ଓ ୨୪ଟି ସ୍ୱତନ୍ତ୍ର ଡ଼ାକ ଲଫାପା ଉନ୍ମୋଚିତ କରାଯାଇଛି ା
(୫) ଓଡ଼ିଶାରୁ ବିଦେଶକୁ ପଠାଯାଉଥିବା ଚିଠି ଏବଂ ପାର୍ସଲ ଗୁଡ଼ିକର ଶୀଘ୍ର କଷ୍ଟମସ୍ ଯାଞ୍ଚ କରିବା ଏବଂ ଗନ୍ତବ୍ୟସ୍ଥଳକୁ ଠିକ୍ ସମୟରେ ପ୍ରେରଣ କରିବା ଲକ୍ଷ୍ୟରଖି ତା୨୦.୦୭.୨୦୧୯ରିଖରେ ଭୁବନେଶ୍ୱର ରସୁଲଗଡ଼ଠାରେ ଓଡ଼ିଶାର ପ୍ରଥମ ବିଦେଶ ଡ଼ାକଘର ଖୋଲାଯାଇଛି ା
(୬) ଓଡ଼ିଶାରେ ସ୍ପିଡ଼୍ ପୋଷ୍ଟ୍ ବିଜିନେସ୍ ପ୍ରତିବର୍ଷ ବଢ଼ିବାରେ ଲାଗିଛି ଏବଂ ଗତବର୍ଷ ଏଥିରେ ପୂର୍ବ ଆର୍ଥିକ ବର୍ଷ ଅପେକ୍ଷା ୧୦% ବୃଦ୍ଧି ଘଟିଛି ଜ୍ଝ ନୂଆ ବି.ଏନ୍.ପି.ଏଲ୍. ସ୍ପିଡ଼୍ ପୋଷ୍ଟ୍ ଗ୍ରାହକମାନେ ପ୍ରତିବର୍ଷ ଓଡ଼ିଶା ଡ଼ାକ ପରିମଣ୍ତଳରେ ରେଜିଷ୍ଟର୍ କରୁଛନ୍ତି ା ୨୦୧୮-୧୯ ଆର୍ଥିକ ବର୍ଷରେ ଓଡ଼ିଶାରେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଏବଂ ଓଡ଼ିଶା ଡ଼ାକ ପରିମଣ୍ତଳ ମଧ୍ୟରେ ବି.ଏନ୍.ପି.ଏଲ୍. ଚୁକ୍ତି ସ୍ୱାକ୍ଷରିତ ହୋଇଛି, ଯାହା ଦ୍ୱାରା ରାଜ୍ୟର ୩୧୭ଟି ତହସିଲ ଅଫିସ୍ ଏବଂ ୧୯୧ଟି ରେଜିଷ୍ଟ୍ରେସନ୍ ଅଫିସ୍ ସେମାନଙ୍କ ଜମିବାଡ଼ି ସମ୍ପର୍କିତ ଦଲିଲ୍ ସ୍ପିଡ୍ ପୋଷ୍ଟ୍ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇ ପାରୁଛନ୍ତି ଜ୍ଝ ସ୍ପିଡ଼୍ ପୋଷ୍ଟ୍ ଆୟରେ ବୃଦ୍ଧିପାଇଁ “ଊ” ଶ୍ରେଣୀ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଡ଼ାକ ପରିମଣ୍ତଳ ସର୍ବଶ୍ରେଷ୍ଠ ପରିଗଣିତ ହୋଇ ପୁରସ୍କାର ଲାଭ କରିଛି ା
(୭) ଓଡ଼ିଶା ଡ଼ାକ ପରିମଣ୍ତଳ ପକ୍ଷରୁ ଓଡ଼ିଶାର ସମସ୍ତ ଲୋକସଭା ସଂସଦୀୟ କ୍ଷେତ୍ରରେ ଥିବା ୨୦ଟି ମୁଖ୍ୟ ଡ଼ାକଘରରେ ପୋଷ୍ଟ ଅଫିସ୍ ପାସପୋର୍ଟ ସେବାକେନ୍ଦ୍ର (ଚଙଚଝକ) କାର୍ୟ୍ୟକାରୀ ହୋଇଛି ଯାହାଦ୍ୱାରା ଗ୍ରାହକମାନେ ସୁବିଧାରେ ପାସପୋର୍ଟ ସେବା ପାଇ ପାରୁଛନ୍ତି ା ସେହିପରି ୪୭୩ଟି ଡ଼ାକଘରେ ଆଧାର କାର୍ଡ଼୍ ପଞ୍ଜିକରଣ ଏବଂ ସଂଶୋଧନ ସେବା ଉପଲବ୍ଧ ହେଉଛି ା ଓଡ଼ିଶାର ୧୯ଟି ଡ଼ାକଘରେ ଇଣ୍ତିଆ ପୋଷ୍ଟ୍ ପାସେଞ୍ଜର ରିର୍ଜଭେସନ୍ ସିଷ୍ଟମ ସୁବିଧା ରହିଛି, ଯେଉଁଠି ଗ୍ରାହକମାନେ ରେଳ ଟିକେଟ୍ ବୁକିଙ୍ଗ୍ କରୁଛନ୍ତି ା
(୮) ୨୦୧୮-୧୯ ଆର୍ଥିକ ବର୍ଷରେ ଓଡ଼ିଶା ଡ଼ାକ ପରିମଣ୍ତଳ ସର୍ବଭାରତୀୟ ସ୍ତରରେ ସମସ୍ତ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ “ଣ” ଶ୍ରେଣୀ ରାଜ୍ୟମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ପରିଗଣିତ ହୋଇ ଚମ୍ପିୟାନ ପୁରସ୍କାର ପାଇଛି ା
(୯) ଏହା ବ୍ୟତୀତ ଓଡ଼ିଶା ଡ଼ାକ ପରିମଣ୍ତଳର କର୍ମଚାରୀମାନେ ସେମାନଙ୍କର କାର୍ୟ୍ୟକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ପୁରସ୍କୃତ ହେଉଛନ୍ତି ା ଗତବର୍ଷ ଶ୍ରୀମତୀ ସଂଘମିତ୍ରା ମହାପାତ୍ର, ଜଗତସିଂହପୁର ପ୍ରଧାନ ଡ଼ାକଘରର ପୋଷ୍ଟମାଷ୍ଟର ଭାବେ କାର୍ୟ୍ୟ କରୁଥିବା ସମୟରେ ଡ଼ାକ ବିଭାଗର ସର୍ବୋଚ୍ଚ ପୁରସ୍କାର “ମେଘଦୂତ ପୁରସ୍କାର” ଲାଭ କରିଥିଲେ ା ସେହିପରି ଚଳିତ ବର୍ଷ ମଧ୍ୟ ସମ୍ୱଲପୁର ଡ଼ାକମଣ୍ତଳର କର୍ମଚାରୀ ମିସ୍ ସୁନୀତା ପ୍ରିୟଦର୍ଶନୀ ସାମନ୍ତରାୟ “ମେଘଦୂତ ପୁରସ୍କାର” ପାଇଁ ଯୋଗ୍ୟା ବିବେଚିତା ହୋଇଛନ୍ତି ାଏହା ଓଡ଼ିଶା ଡ଼ାକ ପରିମଣ୍ତଳ ପାଇଁ ଗର୍ବର ବିଷୟ ଅଟେ ା
(୧୦) ଓଡ଼ିଶା ଡ଼ାକ ପରିମଣ୍ତଳ ଦ୍ୱାରା ତା ୨୬.୦୯.୨୦୧୯ ଠାରୁ ୨୯.୦୯.୨୦୧୯ ପର୍ୟ୍ୟନ୍ତ ୩୫ତମ ସର୍ବଭାରତୀୟ ଡ଼ାକବିଭାଗୀୟ ଭାରୋତ୍ତୋଳନ, ଶକ୍ତି ଉତ୍ତୋଳନ ଏବଂ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ବ୍ରହ୍ମପୁରଠାରେ ଆୟୋଜନ କରାଯାଇଥିଲା ା ଏହି ପ୍ରତିଯୋଗିତାରେ ଓଡ଼ିଶା ଡ଼ାକ ପରିମଣ୍ତଳର ପ୍ରତିଯୋଗୀମାନେ ଉତ୍ତମ ପ୍ରଦର୍ଶନ କରିଥିଲେ ା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ବିଶ୍ୱଜିତ୍ ପ୍ରତିହାରୀ ୮୦କେଜି ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣପଦକ ହାସଲ କରିବା ସହ ଓଡ଼ିଶାର ନୂଆ “ଡ଼ାକଶ୍ରୀ” ସମ୍ମାନ ପାଇଛନ୍ତି ା ସେହିପରି ୬୦କେଜି ବର୍ଗରେ ଭି. ଶ୍ରୀକାନ୍ତ, ୮୫କେଜି ବର୍ଗରେ ଜନ୍ମେଜୟ ମହାନ୍ତି, ଏବଂ ୧୦୦କେଜି ବର୍ଗରେ ସ୍ୱୟମ୍ ସିଦ୍ଧାନ୍ତ ହରିଚନ୍ଦନ ସ୍ୱର୍ଣ୍ଣପଦକ ଜିତିଥିଲେ ା ମୋଟ ୪ ସ୍ୱର୍ଣ୍ଣପଦକ ସହ ଓଡ଼ିଶା ଦଳଗତ ଉପବିଜେତା ହୋଇଥିଲା ଜ୍ଝ ମହାରାଷ୍ଚ୍ର ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ବର୍ଗରେ ପଦକ ହାସଲକରି ମୋଟ ୧୦ଟି ପଦକ ପାଇ ଦଳଗତ ବିଜେତା ହୋଇଥିଲା ଜ୍ଝ ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର୍ ଗଣେଶୀଲାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ