ଭାରତୀୟ ଦଳ ୱାଲ୍ଡ ସ୍କିଲ୍ କଜାନ୍-୨୦୧୯ରେ ଗୋଟିଏ ସ୍ୱର୍ଣ୍ଣ ପଦକ ସହିତ ଗୋଟିଏ ସିରଭର ଏବଂ ୨ ବ୍ରୋଞ୍ଜ୍ ପଦକ ହାସଲ କଲା
ଭୁବନେଶ୍ୱର,: ରୁଷିଆର କଜାନ୍ଠାରେ ହୋଇଥିବା ୱାଲ୍ଟ ସ୍କିଲ୍ ଇଂଟରନ୍ୟାସନାଲ୍ କମ୍ପିଟେସନ୍ରେ ୪୮ ଜଣିଆ ଭାରତୀୟ ଦଳ ଯୋଗଦେଇ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ସିଲଭର ଏବଂ ଦୁଇଟି ବ୍ରୋଞ୍ଜ୍ ପଦକ ପାଇବା ସହିତ ୧୫ଟି ମେଡାଲିୟନ୍ ଏକ୍ସଲେନ୍ସ୍ ହାସଲ କରିଛି । ଏହା ସହିତ ୧୯ ମେଡାଲ ଏବଂ ମେଡାଲିୟନ୍ ଏକ୍ସଲେନ୍ସ୍ ହାସଲ କରିଛି । ଭାରତ ୱାଟର ଟେକ୍ନୋଲୋଜିରେ ସ୍ୱର୍ଣ୍ଣ ପଦକ ଲାଭ କରିଛି । ୱାଲ୍ଡ ସ୍କିଲ୍ କାଜନ୍-୨୦୧୯ର ଉଦ୍ଯାପନୀ ଉତ୍ସବରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍ ଯୋଗଦେଇ କୃର୍ତୀ ପ୍ରତିଯୋଗୀଙ୍କୁ ସମ୍ମାନୀତ କରିଛନ୍ତି । ୱାଲ୍ଡ ସ୍କିଲ୍ କାଜନ୍-୨୦୧୯ରେ ୬୩ଟି ଦେଶର ୧,୩୫୦ ପ୍ରତିଯୋଗୀ ଯୋଗଦେଇଥିଲେ । ସେମାନେ ୫୬ଟି ଦକ୍ଷତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଭାରତ ୬୩ ଦେଶ ମଧ୍ୟରେ ୧୩ତମ ସ୍ଥାନ ହାସଲ କରିବାକୁ ସକ୍ଷମ ହୋଇଛି । ୨୦୧୭ରେ ଆବୁଧାବିରେ ହୋଇଥିବା ୱାଲ୍ଡ ସ୍କିଲ୍ ପ୍ରତିଯୋଗୀତାରେ ଭାରତ ୧୯ ତମ ସ୍ଥାନ ହାସଲ କରିପାରିଥିଲା । ୱାଲ୍ଡ ସ୍କିଲ୍ କାଜନ୍-୨୦୧୯ରେ ଓଡ଼ିଶାର ଏସ୍. ଅଶ୍ୱସ୍ଥ ନାରାୟଣ ୱାଟର ଟେକ୍ନୋଲୋଜିରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୧ ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସମ୍ମାନ ଲାଭ କରିଛନ୍ତି । ତାଙ୍କୁ ବେଷ୍ଟ ଅଫ୍ ନେଶନ୍ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ସେହିପରି କର୍ଣ୍ଣାଟକର ପ୍ରଣବ ନୁଟାଲାପତି ୱେ୍ ଟୋକ୍ନୋଲୋଜିରେ ୩୩ ଟି ଦେଶର ପ୍ରତିଯୋଗୀଙ୍କ ମଧଥ୍ୟରେ ସିଲଭର ମେଡାଲ ଲାଭ କରିଛନ୍ତି । ପଶ୍ଚିମବଙ୍ଗର ସଞ୍ଜୟ ପରମାଣିକ ଜୁଏଲାରୀ କ୍ଷେତ୍ରରେ ୧୬ ଟି ଦେଶର ପ୍ରତିଯୋଗୀଙ୍କ ମଧ୍ୟରେ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି । ମହାରାଷ୍ଟ୍ରର ଶ୍ୱେତା ରତନପୁରା ଘ୍ରାଫିକ୍ ଡିଜାଇନିଂ କ୍ଷେତ୍ରରେ ୩୫ ଟି ଦେଶର ପ୍ରତିଯୋଗୀଙ୍କ ମଧ୍ୟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପ୍ରଥମ ମହିଳା ପ୍ରତିଯୋଗୀ ଭାବେ ଶ୍ୱେତା ୱାଲ୍ଡ ସ୍କିଲ୍ କାଜନ୍-୨୦୧୯ରେ ଯୋଗଦେଇଥିଲେ । ଏହି ଅବସରରେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଡ.ମହେନ୍ଦ୍ରନାଥ ପାଣ୍ଡେ କହିଛନ୍ତି ଯେ, ଏହା ଭାରତ ପାଇଁ ଏକ ଗୌରବର ମୁହୁର୍ତ । ଏହି ପ୍ରତିଯୋଗୀତା ଅଲମ୍ପିକ୍ ଠାରୁ ମଧ୍ୟ କୌଣସି ଗୁଣରେ କମ୍ ନୁହେଁ । ଭାରତ ପାଇଁ ପ୍ରତିଯୋଗୀମାନେ ଗୌରବ ଆଣିଛନ୍ତି । ୱାଲ୍ଡ ସ୍କିଲ୍ କାଜନ୍-୨୦୧୯ରେ ଦେଶର ଯୁବବର୍ଗ ବେଶ୍ ସଫଳ ରହିଛନ୍ତି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଏହାଦ୍ୱାରା ଆଉ ପାଦେ ଆଗେଇ ପାରିଛି । ୱାଲ୍ଡ ସ୍କିଲ୍ କାଜନ୍-୨୦୧୯ରେ ୪୦ଟି ଦେଶର ମନ୍ତ୍ରୀଙ୍କ ଦ୍ୱାରା ଆୋୟାଜିତ ଏକ ସମ୍ମିଳନୀରେ ଯୋଗଦେଇ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଡ.ମହେନ୍ଦ୍ରନାଥ ପାଣ୍ଡେ ସୂଚନା ଦେଇଥିଲେ ଯେ, ଦକ୍ଷ ମାନବ ସମ୍ବଳ ଦ୍ୱାରା ଦେଶର ଆର୍ଥିକ ବିକାଶ ସମ୍ଭବ ହୋଇପାରିବ ।


