ଭାରତୀୟ ନୈସେନା ରେ ଯୋଡି ହେବ ସବମରୀନର ଚକ୍ର ୩

ଭାରତ ଆଉ ଏକ ନ୍ୟୁକ୍ଲିଅର ଆଟାକ ସବମରୀନ ଋଷଟାରୁ ଲିଜ ନେଉଛି ତିନି ଅରବ ଡଲାରର ଏହି ଡିଲରେ ଚଳିତ ସପ୍ତାହରେ ଦସ୍ତଖତ ହୋଇ ପାରେ ଏହି ସବମରୀନକୁ ଭାରତର ଆବଶ୍ୟକତା ମୁତାବକ ପରିବର୍ତନ କରାଯିବ ଏଥିରେ ଭାରତରେ ପ୍ରସ୍ତୁତ କରାଯାଇଥିବା ସଂଚାର ପ୍ରଣାଳି ଏବଂ ସେନସର ଲଗାଯିବ ଏହି ନୂତନ ସବମରୀନର ନାମ ଚକ୍ର ରଖାଯିବ ଏହା ପୂର୍ବରୁ ଭାରତ ୨ଟି ସବମରୀନ ଋଷ ଠାରୁ କିଣି ସାରିଛି ଗତ ବର୍ଷ ଏସ ୪୦୦ ଏୟାର ଡିଫେନ୍ସ ସିଷ୍ଟମ ପାଇଁ ଋଷ ଠାରୁ . ଅରବର କଂଟ୍ରାକ୍ସ ପରେ ଏହା ଋଷ ସହ ସବୁଠୁ ବଡ ଡିଲ ହେବ ବୋଲି କୁହାଯାଉଛି ଶତ୍ରୁ ନଜର ଠାରୁ ଲୁଚିବାକୁ ଏବଂ ପ୍ରହାର କରିବାର କ୍ଷମତା ମାମଲାରେ ସବମରୀନ ଠାରୁ ଆଗରେ କେବଳ ଆମେରିକାର ପରମାଣୁ ପନଡୁବୀ ରହିଛି

ଏହା ଇଂଟରଗଭରମେଂଟାଲ ଚୁକ୍ତି ଭାବରେ ମାର୍ଚ୍ଚ ୭ରେ ଦସ୍ତଖତ କରାଯିବ  ଏହାକୁ ଋଷ ଶିପୟାର୍ଡରେ ପ୍ରସ୍ତୁତ କରାଯିବ ଯେଉଁଠାରେ ପୁରୁଣା ପନଡୁବୀ ଗୁଡିକୁ ସାଜ୍ଜସଜ୍ଜା କରାଯାଏ ଏହା ଚକ୍ର ୨ର ସ୍ଥାନ ନେବ ଚକ୍ର ୨କୁ ୨୦୧୨ରେ ହସ୍ତାକ୍ଷର କରାଯାଇଥିଲା ତେବେ ଚକ୍ର ୨ର କାର୍ଯ୍ୟକାଳ ୨୦୨୨ରେ ସମାପ୍ତ ହେବାକୁ ଯାଉଛି ଏହି ଅବଧି ମଧ୍ୟରେ ପନଡୁବୀ ପ୍ରସ୍ତୁତ କରାଯିବ ଏବଂ ତାହାର ପରୀକ୍ଷଣ କରାଯିବ ଚକ୍ର ୩ରେ ନ୍ୟୁକ୍ଲିଅର ରିଆକ୍ଟର ହେବ କିନ୍ତୁ ଏହା ପରମ୍ପରାଗତ ହତିଆର ଠାରୁ ଟିକେ ଭିନ୍ନ ରହିବ ଏହା ଦ୍ୱାରା ଭାରତର ପରାକ୍ରମ ବଢିବ ଏହା ମାସ ମାସ ଧରି ପାଣିରେ ବୁଡି ରହି ପାରିବ ଏହାକୁ ପାଣି ମଧ୍ୟରୁ ଠାବ କରିବା ଅସମ୍ଭବ

ନିଷ୍କ୍ରିୟ କରାଯାଇଥିବା ସବମରୀନକୁ ଋଷର ସେବେରୋଦବିସ୍କରେ ୨୦୧୪ରେ ପହଂଚା ଯାଇଥିଲା ଏହା ପ୍ରସ୍ତୁତ ହେବା ପରେ ବିଲକୁଲ ନୂଆ ହୋଇଯିବ ଯୋଗାଯୋଗ ସମ୍ବନ୍ଧୀୟ ସମସ୍ତ ନୂତନ ପ୍ରଣାଳୀ ଏଥିରେ ପ୍ରୟୋଗ କରାଯିବ ଏହା ଦ୍ୱାରା ଭାରତୀୟ ଲୋକମାନଙ୍କୁ ପନଡୁବୀ ସହ ଜଡିତ ସମସ୍ତ ମାମଲାରେ ଜ୍ଞାନ ଆହରଣ କରି ପାରିବେ ଏହା ଦ୍ୱାରା ଦେଶରେ ନ୍ୟୁକ୍ଲିଅର ସବମରୀନ ପ୍ରସ୍ତୁତିରେ ସାହାଯ୍ୟ ମିଳିବ ତେବେ ଏହି କାମ ଶେଷ ହେବ ବୋଲି ସମୟ ନିର୍ଦ୍ଧାରଣ ହୋଇ ନାହିଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ