ଭାରତୀୟ ନୋସେନା ରେ ଯୋଡି ହେବ ସବମରୀନ ଚକ୍ର ୩

ଭାରତ ଆଉ ଏକ ନ୍ୟୁକ୍ଲିଅର ଆଟାକ ସବମରୀନ ଋଷଟାରୁ ଲିଜ ନେଉଛି । ତିନି ଅରବ ଡଲାରର ଏହି ଡିଲରେ ଚଳିତ ସପ୍ତାହରେ ଦସ୍ତଖତ ହୋଇ ପାରେ । ଏହି ସବମରୀନକୁ ଭାରତର ଆବଶ୍ୟକତା ମୁତାବକ ପରିବର୍ତନ କରାଯିବ । ଏଥିରେ ଭାରତରେ ପ୍ରସ୍ତୁତ କରାଯାଇଥିବା ସଂଚାର ପ୍ରଣାଳି ଏବଂ ସେନସର ଲଗାଯିବ । ଏହି ନୂତନ ସବମରୀନର ନାମ ଚକ୍ର ୩ ରଖାଯିବ । ଏହା ପୂର୍ବରୁ ଭାରତ ୨ଟି ସବମରୀନ ଋଷ ଠାରୁ କିଣି ସାରିଛି । ଗତ ବର୍ଷ ଏସ ୪୦୦ ଏୟାର ଡିଫେନ୍ସ ସିଷ୍ଟମ ପାଇଁ ଋଷ ଠାରୁ ୫.୫ ଅରବର କଂଟ୍ରାକ୍ସ ପରେ ଏହା ଋଷ ସହ ସବୁଠୁ ବଡ ଡିଲ ହେବ ବୋଲି କୁହାଯାଉଛି । ଶତ୍ରୁ ନଜର ଠାରୁ ଲୁଚିବାକୁ ଏବଂ ପ୍ରହାର କରିବାର କ୍ଷମତା ମାମଲାରେ ସବମରୀନ ଠାରୁ ଆଗରେ କେବଳ ଆମେରିକାର ପରମାଣୁ ପନଡୁବୀ ରହିଛି ।

ଏହା ଇଂଟର-ଗଭରମେଂଟାଲ ଚୁକ୍ତି ଭାବରେ ମାର୍ଚ୍ଚ ୭ରେ ଦସ୍ତଖତ କରାଯିବ । ଏହାକୁ ଋଷ ଶିପୟାର୍ଡରେ ପ୍ରସ୍ତୁତ କରାଯିବ । ଯେଉଁଠାରେ ପୁରୁଣା ପନଡୁବୀ ଗୁଡିକୁ ସାଜ୍ଜସଜ୍ଜା କରାଯାଏ । ଏହା ଚକ୍ର ୨ର ସ୍ଥାନ ନେବ । ଚକ୍ର ୨କୁ ୨୦୧୨ରେ ହସ୍ତାକ୍ଷର କରାଯାଇଥିଲା । ତେବେ ଚକ୍ର ୨ର କାର୍ଯ୍ୟକାଳ ୨୦୨୨ରେ ସମାପ୍ତ ହେବାକୁ ଯାଉଛି । ଏହି ଅବଧି ମଧ୍ୟରେ ପନଡୁବୀ ପ୍ରସ୍ତୁତ କରାଯିବ ଏବଂ ତାହାର ପରୀକ୍ଷଣ କରାଯିବ । ଚକ୍ର ୩ରେ ନ୍ୟୁକ୍ଲିଅର ରିଆକ୍ଟର ହେବ । କିନ୍ତୁ ଏହା ପରମ୍ପରାଗତ ହତିଆର ଠାରୁ ଟିକେ ଭିନ୍ନ ରହିବ । ଏହା ଦ୍ୱାରା ଭାରତର ପରାକ୍ରମ ବଢିବ । ଏହା ମାସ ମାସ ଧରି ପାଣିରେ ବୁଡି ରହି ପାରିବ । ଏହାକୁ ପାଣି ମଧ୍ୟରୁ ଠାବ କରିବା ଅସମ୍ଭବ ।

ନିଷ୍କ୍ରିୟ କରାଯାଇଥିବା ସବମରୀନକୁ ଋଷର ସେବେରୋଦବିସ୍କରେ ୨୦୧୪ରେ ପହଂଚା ଯାଇଥିଲା । ଏହା ପ୍ରସ୍ତୁତ ହେବା ପରେ ବିଲକୁଲ ନୂଆ ହୋଇଯିବ । ଯୋଗାଯୋଗ ସମ୍ବନ୍ଧୀୟ ସମସ୍ତ ନୂତନ ପ୍ରଣାଳୀ ଏଥିରେ ପ୍ରୟୋଗ କରାଯିବ । ଏହା ଦ୍ୱାରା ଭାରତୀୟ ଲୋକମାନଙ୍କୁ ପନଡୁବୀ ସହ ଜଡିତ ସମସ୍ତ ମାମଲାରେ ଜ୍ଞାନ ଆହରଣ କରି ପାରିବେ । ଏହା ଦ୍ୱାରା ଦେଶରେ ନ୍ୟୁକ୍ଲିଅର ସବମରୀନ ପ୍ରସ୍ତୁତିରେ ସାହାଯ୍ୟ ମିଳିବ । ତେବେ ଏହି କାମ ଶେଷ ହେବ ବୋଲି ସମୟ ନିର୍ଦ୍ଧାରଣ ହୋଇ ନାହିଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ