ଭାରତୀୟ ନୌସେନାକୁ ୧୧୧ ହେଲିକପ୍ଟର ଯୋଗାଇ ଦେବାକୁ ସରକାରଙ୍କ ଯୋଜନା ପ୍ରସ୍ତୁତ
ନୂଆଦିଲ୍ଲୀ: ଭାରତ ନିଜର ନୌସେନାକୁ ୧୧୧ ହେଲିକପ୍ଟର ଯୋଗାଇ ଦେବାକୁ ଯୋଜନା ପ୍ରସ୍ତୁତ କରିଛି। ବିଦେଶୀ କମ୍ପାନୀ ସାହାଯ୍ୟରେ ଏହି ୧୧୧ ହେଲିକପ୍ଟର ନିର୍ମାଣ କରିବାକୁ ଭାରତ ଚାହୁଁଛି। ଏଥିପାଇଁ କମ୍ପାନୀଙ୍କଠାରୁ ଆବେଦନ ମଗା ଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ଏହି ସୂଚନା ଦେଇଛି।
କୁହାଯାଉଛି ଯେ ଏହି ଡିଲ୍ ପାଖାପାଖି ୨୧୦୦୦ କୋଟି (୩ ମିଲିୟନ ଡଲାର) ହୋଇପାରେ। ଲକହିଡ୍ ମାର୍ଟିନ, ଏୟାରବେସ ହେଲିକପ୍ଟର ଓ ବେଲ ହେଲିକପ୍ଟର ପରି କମ୍ପାନୀ ଏହି ବିମାନ ନିର୍ମାଣ ପ୍ରତି ରୁଚି ଦେଖାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ନୌସେନାରେ ବର୍ତ୍ତମାନ ବ୍ୟବହୃତ ହେଉଥିବା ସୋଭିଏତ ଯୁଗର ହେଲିକପ୍ଟରକୁ ବଦଳାଇ ଏହି ନୂତନ ହେଲିକପ୍ଟରକୁ ନେବାକୁ ଚାହୁଁଛି।
ଭାରତ ପ୍ରତିରକ୍ଷା ମାମଲାରେ ଚୀନ ତୁଳନାରେ ନିଜକୁ ପ୍ରସ୍ତୁତ କରିବା ପାଇଁ ନିଜର ସେନାକୁ ଆଧୁନୀକିକରଣ କରିବାକୁ ପ୍ରୟାସ କରୁଛି। ପ୍ରତିରକ୍ଷା ସାମଗ୍ରୀ କ୍ରୟରେ ଅଧିକ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଧିରେ ଧିରେ ଏହି ପ୍ରକ୍ରିୟାକୁ ଭାରତ ଆଗକୁ ବଢାଉଛି।