ଭାରତୀୟ ନୌସେନାରୁ ହେବ ଖର୍ଚ୍ଚ କାଟ୍‌

ନୂଆଦିଲ୍ଲୀ- ଭାରତୀୟ ନୌସେନାରେ ଏବେ ଦେଖାଦେଇଛି ଅର୍ଥ ସଙ୍କଟ ଯାହା ଫଳରେ ନୌସେନା ଅତ୍ୟାଧୁନିକ ଅସ୍ତ୍ର କିଣିବାରେ ନିଜର ବଜେଟକୁ ସଂକୋଚ କରୁଛି । କିଛି ଅସ୍ତ୍ର କିଣିବା କମ କରି ଦେଇଛି । ସେହିଭଳି କିଛି ପ୍ରକଳ୍ପ ମଧ୍ୟ ବନ୍ଦ କରିଥିବା ଜଣାପଡିଛି । ନୌସେନା ପାଖରେ ଆବଶ୍ୟକାତ ଅନୁସାରେ ଅସ୍ତ୍ର କିଣିବା ପାଇଁ ଅର୍ଥ ସମସ୍ୟା ଦେଖାଯାଇଛି । ନୌସେନାକୁ ବଜେଟରେ ୬୪ ହଜାର ୩୦୭ କୋଟି ଟଙ୍କା ଆନୁମାନିକ ରାଶି ତୁଳନାରେ ୪୧ ହଜାର ୨୫୯ କୋଟି ଟଙ୍କା ମିଳିଥିଲା । ପୂର୍ବରୁ ଏଭଳି ୧୨ଟି ପୋତ କିଣିବା ପାଇଁ ବୁଝାମଣା ହୋଇଥିବା ବେଳେ ଏବେ ଅର୍ଥ ଅଭାବରୁ ୮ଟି କିଣାଯିବ । ଏହି ବୁଝାମଣା ପାଇଁ ଗୋଆ ସିପୟାର୍ଡ ଲିମିଟେଡକୁ ଦିଆଯାଇଥିଲା । ଏହାର ମୂଲ୍ୟ ୩୨ ହଜାର କୋଟି ଟଙ୍କା ଥିଲା । ଏବେ ଏଥିରେ କମ କରାଯିବ । ଏଥି ସହ ୬ଟି କାମୋଭ କେଏ ୩୧ ଅର୍ଲି ୱାର୍ଣ୍ଣିଙ୍ଗ ହେଲିକପ୍ଟର କିଣାଯିବାକୁ ଯୋଜନା ରଖାଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ