ଭାରତୀୟ ପାରାଅଲିମ୍ପିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର,(ୱାଇଏନ୍ଏସ୍): ପାରାଅଲିମ୍ପିକ୍ ରେ ଭାଗନେଉଥିବା ସମସ୍ତ ଭାରତୀୟ ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତ କ୍ରୀଡ଼ାବିତ୍ ପ୍ରତିକୂଳ ପରିସ୍ଥିତିରେ ଦେଶକୁ ପ୍ରତିନିଧିତ୍ୱ କରୁଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ଆଦର୍ଶ ଭାବେ ଉଭା ହୋଇଛନ୍ତି ବୋଲି ଉଲ୍ଲେଖ କରି ସେମାନେ ଶ୍ରେଷ୍ଠ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।


