ଭାରତୀୟ ପୂର୍ବତନ ସୈନିକ ସଂଘ ବାଲେଶ୍ୱର ଶାଖା ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ୱାଗତ
ବାଲେଶ୍ୱର, (ସରୋଜ ପଣ୍ଡା) :-ପୂର୍ବତନ ସୈନିକ ସଂଘ, ବାଲେଶ୍ୱର ଶାଖାର ସଭାପତି କର୍ଣ୍ଣେଲ୍ କ୍ଷେତ୍ରମୋହନ ମହାପାତ୍ର, ସଂପାଦକ ଆନନ୍ଦ ବରାଳ, ଉପଦେଷ୍ଟା ଜୟନ୍ତ କୁମାର ସାହୁ ଏବଂ ଅନ୍ୟ ସଭ୍ୟବୃନ୍ଦ ଯଥା ଅଭୟ ପାତ୍ର, ରବୀନ୍ଦ୍ର ମୋହନ ନାୟକ, ଲକ୍ଷ୍ମୀଧର ପ୍ରଧାନ ଆଦି ଜିଲ୍ଲାପାଳ ଶ୍ରୀଯୁକ୍ତ ଦତ୍ତାତ୍ରେୟ ଭାଇ ସାହେବ ଶିଦ୍ଧେଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଏହି ସଂଘ ପ୍ରଶାସନକୁ ସମସ୍ତ ପ୍ରକାର ସାହାଯ୍ୟ ପ୍ରଦାନ କରିଥାଏ । ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ଥାଏ । ଉତ୍ତର ଓଡ଼ିଶାର ତିନୋଟି ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜର ଅବସରପ୍ରାପ୍ତ ସୈନିକମାନଙ୍କର ଏକମାତ୍ର କାର୍ଯ୍ୟାଳୟ ଜିଲ୍ଲା ସୈନିକ ବୋର୍ଡ଼ର କାର୍ଯ୍ୟକାରିତାକୁ ନେଇ ସଭାପତି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଜିଲ୍ଲା ସୈନିକ ବୋର୍ଡ଼ରେ କୌଣସି ଭୂତପୂର୍ବ ସୈନିକ କିରାଣୀ ନଥିବା ଯୋଗୁଁ ସଠିକ୍ ଭାବେ କାର୍ଯ୍ୟ ସଂପାଦନ ହୋଇପାରୁନାହିଁ, ତେଣୁ ଜଣେ ପୂର୍ବତନ ସୈନିକ କିରାଣୀର ନିଯୁକ୍ତି କିମ୍ବା ବର୍ତ୍ତମାନ କାର୍ଯ୍ୟରତ କିରାଣୀଙ୍କୁ ସାହାଯ୍ୟ ପାଇଁ ପୂର୍ବତନ ସୈନିକ କିରାଣୀକୁ ରଖିବା ପାଇଁ ଆବେଦନ କରାଯାଇଛି । ଜିଲ୍ଲାରେ ‘ସ୍ମାରକ ସୈନିକ ସ୍ତମ୍ଭ’ ପାଇଁ ଗୋଟିଏ ସ୍ଥାନର ଆବଶ୍ୟକତା ବିଷୟରେ ଆଲୋଚନା ହୋଇଥିଲା ।