ଭାରତୀୟ ବାୟୁସେନାକୁ ମିଳିଲା ନୂଆ ମୁଖ୍ୟ

ନୂଆ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ରାକେଶ କୁମାର ସିଂ ଭଦୋରିଆ । ଆଜି ଏୟାର ଚିଫ ମାର୍ଶାଲ ବି.ଏସ. ଧନୱାଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାକେଶ କୁମାର ସିଂ ଭଦୋରିଆ ମେ ୧ରେ ବାୟୁସେନା ଉପମୁଖ୍ୟ ଭାବେ କାର‌୍ୟ୍ୟଭାର ସମ୍ଭାଳିଥିଲେ । ରାଫେଲ ଫାଇଟର ଜେଟ୍ ଉଡାଇବାରେ ସେ ହେଉଛନ୍ତି ବାୟୁସେନାର ପ୍ରଥମ ପାଇଲଟ । ୧୯୮୦ ମସିହାରେ ଭଦୋରିଆ ତାଙ୍କର କ୍ୟାରିଆର ଆରମ୍ଭ କରିଥିଲେ । ୪ ହଜାର ୨ଶହ ୫୦ ଘଂଟା ଯାଏ ଫାଇଟର ବିମାନ ଓ ଟ୍ରାନ୍ସପୋର୍ଟ ଏୟାରକ୍ରାଫଟ ଉଡାଇବାର ସେ ଅଭିଜ୍ଞତା ରଖିଛନ୍ତି । ତାଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ ଓ ବାୟୁ ସେବା ମେଡାଲ ମିଳିସାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ