ଭାରତୀୟ ବିଜ୍ଞାନ କଂଗ୍ରେସକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବେଙ୍ଗାଲୁରୁ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବେଙ୍ଗାଲୁରୁରେ ଆୟୋଜିତ ଭାରତୀୟ ବିଜ୍ଞାନ କଂଗ୍ରେସକୁ ଉଦଘାଟନ କରିଛନ୍ତି । ଏହି ଅବସରେ ଭାରତୀୟ ବିଜ୍ଞାନ କଂଗ୍ରେସର ୧୦୭ତମ ଅଧିବେଶନକୁ ସମ୍ବୋଧିତ କରିବା ସହିତ ଆଇ-ଏସଟିଇଏମ୍ ପୋର୍ଟାଲ ଉଉନ୍ମୋଚନ କରିଛନ୍ତି । ଏହି ପୋର୍ଟାଲ ଗବେଷଣା କ୍ଷେତ୍ରରେ କାମ କରିବ । ମୋଦୀ କହିଥିଲେ ଯେ, ଗତବର୍ଷ ଯେତେବେଳେ ବେଙ୍ଗାଲୁରୁ ଆସିଥିଲି, ସେତେବେଳେ ସମସ୍ତଙ୍କ ନଜର ଚନ୍ଦ୍ରଯାନ-୨ ଉପରେ ଥିଲା । ଆମ ଦେଶ ଯେଉଁଭଳି ଭାବେ ବିଜ୍ଞାନ, ଆମ ମହାକାଶ କାର‌୍ୟ୍ୟକ୍ରମ ଏବଂ ଆମ ବୈଜ୍ଞାନିକମାନଙ୍କ ଆତ୍ମବିଶ୍ଵାସ ବୃଦ୍ଧି କରିଥିଲା, ତାହା ସର୍ବଦା ମୋର ସ୍ମରଣ ରହିବ । ବିଶ୍ଵର ବୈଜ୍ଞାନିକମାନଙ୍କୁ ପ୍ରୟୋଗଶାଳା(ଲାବରେଟୋରି)ରେ ଏକକ ବ୍ୟବହୃତ ପ୍ଲାଷ୍ଟିକର ବିକଳ୍ପ ଖୋଜିବାକୁ ପଡ଼ିବ। ଏହା ସାଙ୍ଗକୁ କୃଷିର ବିକାଶ ସହିତ ପରିବେଶ ଅନୁକୂଳ ଉର୍ଜା ଉତ୍ପାଦନ ଉପରେ ଗୁରୁତ୍ଵ ଦେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ