“ଭାରତୀୟ ବିରଳ ମୃତ୍ତିକା କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ”

ଛତ୍ରପୁର, (ଦେବଦତ୍ତ ମହାରଣା) : ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ରେଅର୍ ଅର୍ଥସ୍ ଏମ୍ପ୍ଲୋଇଜ ୟୁନିୟନ ପକ୍ଷରୁ ଭାରତୀୟ ବିରଳ ମୃତ୍ତିକା କମ୍ପାନୀ ପ୍ରକଳ୍ପ ନିକଟରେ ଥିବା ସଂଘ କାର୍ଯ୍ୟାଳୟ ପରିସରରେ ସୋମବାର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସଂଘର ରାଜ୍ୟ ସଭାପତି ପୃଥ୍ୱୀରାଜ ପଣ୍ଡାଙ୍କ ସମେତ ପ୍ରଭାରୀ ଗିରିଶ ମହନ୍ତ, ରାଜ୍ୟ ସମ୍ପାଦକ (ପିଏସୟୁ) ଶ୍ରୀନିବାସ ରାଓଙ୍କ ଉପସ୍ଥିତିରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସଭାପତି ଭାବେ ପୃଥ୍ୱୀରାଜ ପଣ୍ଡା, ରମେଶ ଦାସ କାର୍ଯ୍ୟକାରୀ ସଭାପତି ଭାବେ, ଘନଶ୍ୟାମ ସାହୁ ଉପ ସଭାପତି ଭାବେ, ସାଧାରଣ ସମ୍ପାଦକ ଭାବେ ନିତ୍ୟାନନ୍ଦ ବେହେରା, ସହ ସମ୍ପାଦକ ଭାବେ ସୁବାସ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଭାବେ ଧର୍ମେନ୍ଦ୍ର ମାଝି, ସହ- ସମ୍ପାଦକ ଭାବେ ବିଜୟ କୁମାର ସେଠୀଙ୍କୁ ସର୍ବସମ୍ମତି କ୍ରମେ ମନୋନ୍ନୀତ କରାଯାଇଥିଲା । ସଂଘ ପକ୍ଷରୁ ଆଗାମୀ ଦିନରେ ଠିକା ଶ୍ରମିକଙ୍କୁ ବିଭିନ୍ନ ସଂସ୍ଥାନରେ ନିୟୋଜନ କରିବା ସହ ଆଇ.ଆର.ଇ.ଏଲ. କମ୍ପାନୀ ରେ ନିୟୋଜନ କରିବା ,ଶ୍ରମିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସଂଘ ବିହିତ ପଦକ୍ଷେପ ଗ୍ରହଣ କରିବା ଦିଗରେ ସହାୟକ ହେବ ବୋଲି ସେମାନେ କହିଛନ୍ତି । ସର୍ବୋପରି ନିଯୁକ୍ତିଭିତ୍ତିକ ସମସ୍ତ ବ୍ୟବସ୍ଥା ସହ ବହୁ ଯୁବକୁଶଳୀ ଶ୍ରମିକଙ୍କୁ ଥଇଥାନ ଓ ନିୟୋଜନ ଦିଗରେ ସଂଘ ତୀକ୍ଷଣ ନଜରଦେବ ବୋଲି ନୂତନ କର୍ମକର୍ତ୍ତାଗଣ ପ୍ରତିଶ୍ରୁତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ