ଭାରତୀୟ ବୈଜ୍ଞାନିକ ଭାବେ ଦେଶ ମାତୃକାର ସେବା କରିବି – ଓମ୍ ଶୁଭମ୍ ବେବର୍ତ୍ତା
ବୁଗୁଡା,(ଅନିଲ କୁମାର ମହାରଣା) : ବୈଜ୍ଞାନିକ ପ୍ରଶିକ୍ଷଣ ପାଇଁ ମନୋନୀତ ହୋଇଥିବା ଆସିକା ବ୍ଲକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମର ଓମ୍ ଶୁଭମ୍ ବେବର୍ତ୍ତାଙ୍କୁ ବାଲିପଦର କଲେଜ ପକ୍ଷରୁ ଅଭିନନ୍ଦନ ପ୍ରଦାନ କରାଯାଇଛି । ଭାରତୀୟ ବୈଷୟିକ ସଂସ୍ଥା (ଆଇଆଇଟି)ରେ ପାଠ ପଢୁଥିବା ବେଳେ ବର୍ତ୍ତମାନ ମୁମ୍ବାଇର ଭାବା ଅଟୋମିକ୍ ରିସର୍ଚ୍ଚ ସେଣ୍ଟରରେ ବୈଜ୍ଞାନିକ ପାଠ ପଢିବା ସକାଶେ ପ୍ରଶିକ୍ଷଣ ନେବା ପାଇଁ ମନୋନୀତ ହୋଇଛନ୍ତି। ଓମ୍ ହେଉଛନ୍ତି ବାଲିପଦର କଲେଜ ଅର୍ଥନୀତି ବିଭାଗ ଅଧ୍ୟାପକ ବିଭୁତି ଭୂଷଣ ବେବର୍ତ୍ତାଙ୍କ ସୁଯୋଗ୍ୟ ସନ୍ତାନ। ତାଙ୍କର ମାଆ ସଞ୍ଜୁକ୍ତା ବେବର୍ତ୍ତା ଜଣେ ଆଇନଜୀବୀ । ବେବର୍ତ୍ତା ପରିବାରକୁ ଈଶ୍ୱରଙ୍କ ଏହି ମର୍ଯ୍ୟାଦା ପ୍ରଦାନରେ ବାଲିପଦର କଲେଜ ଅଧ୍ୟକ୍ଷ ଡଃ. ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ସନ୍ତୋଷ ପ୍ରକାଶ କରିବା ସହ ଉତ୍ତମ କର୍ମଫଳ ସ୍ୱରୁପ ଆଜି ଓମ୍ ଶୁଭମ୍ ସୁନାମ ସାଉଁଟି ଥିବା ପ୍ରକାଶ କହିଛନ୍ତି । ଏହି ଖୁସିରେ ମହାବିଦ୍ୟାଳୟ ପକ୍ଷରୁ ଓମ୍ ଙ୍କ ଉତ୍ତରୋତର ଉନ୍ନତି କାମନା କରି ଶୁଭେଚ୍ଛା ଜଣାଯାଇଛି।