‘ଭାରତୀୟ ଭ୍ରଷ୍ଟାଚାର ନିବାରଣ’ ସଂସ୍ଥାର ସମ୍ପାଦକ ହେଲେ ବିପିନ ବିହାରୀ ନାୟକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଲାୟନ ଇଞ୍ଜିନିୟର ବିପିନ ବିହାରୀ ନାୟକ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ଓଡ଼ିଶା ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଦାୟିତ୍ୱ ଗ୍ରହଣ ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ସମ୍ପ୍ରତି ସେ ଲାୟନ ଚକ୍ଷୁ ଚିକିତ୍ସାଳୟର ଚେୟାରମନ୍ୟାନ ଭାବେ ଅବସ୍ଥାପିତ । ଏଥିସହ ଚଳିତବର୍ଷ ସେ ଓଡ଼ିଶା ରିଟାୟାର୍ଡ଼ ଡ଼ିପ୍ଲୋମା ଇଞ୍ଜିନିୟରର୍ସ ସଘଂର ସଭାପତି ଭାବେ ପଞ୍ଚମଥର ପାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ନାୟକ ସେବାମୂଳକ କାର୍ଯ୍ୟ ସହ ଜଡ଼ିତ ଥିବା ବହୁ ସାଂଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଆସିଛନ୍ତି ।