ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା, ଓଡ଼ିଶା ଶାଖାର ସଡ଼କ ସଚେତନତା ଉପଲକ୍ଷେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବର୍ତ୍ତମାନ ସରକାରଙ୍କ ଭିଜିଲାନ୍ସ ସପ୍ତାହ ଉପଲକ୍ଷେ ଏହାର ଉପାଦେୟତା ବିଷୟରେ କର୍ମକର୍ତ୍ତାମାନେ ଆଲୋଚନା କରିଥିଲେ । ଭିଜିଲାନ୍ସ ସପ୍ତାହରେ ବିଭିନ୍ନ ଜିଲ୍ଲା କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ସର୍ବଭାରତୀୟ ସେକ୍ରେଟାରୀ ଜେନେରାଲ ଶ୍ରୀଯୁକ୍ତ ଡଃ ବିପିନ ବିହାରୀ ମିଶ୍ର, ଓଡ଼ିଶା ପ୍ରଦେଶର ସେକ୍ରେଟାରୀ ଜେନେରାଲ ଲାୟନ ଇଂ ବିପିନ ବିହାରୀ ନାୟକ, ଉପଦେଷ୍ଟା ଅକ୍ଷୟ କୁମାର ପାଣି, କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର, ଅଜୟ କେଜେରିୱାଲ, ତାରିଣୀ ଦାସ ଓ କାର୍ଯ୍ୟକାରୀ କମିଟିର ପିଆରଓ ଶ୍ରୀ ବାଳକୃଷ୍ଣ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ଜିଲ୍ଲା କମିଟି ମାନଙ୍କ ଠାରୁ ମତାମତ ଗ୍ରହଣ କରାଯାଇ କିପରି ସଚେତନତା ସୃଷ୍ଟି ହେବ ସେ ବିଷୟରେ ପରାମର୍ଶ ଦିଆଯାଇଥିଲା ।