ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା, ଓଡ଼ିଶା ଶାଖର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବର୍ତ୍ତମାନ ସରକାରଙ୍କ ଭିଜିଲାନ୍ସ ସପ୍ତାହ ଉପଲକ୍ଷେ ଏହାର ଉପାଦେୟତା ବିଷୟରେ କର୍ମକର୍ତ୍ତାମାନେ ଆଲୋଚନା କରିଥିଲେ । ଭିଜିଲାନ୍ସ ସପ୍ତାହରେ ବିଭିନ୍ନ ଜିଲ୍ଲା କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ସର୍ବଭାରତୀୟ ସେକ୍ରେଟାରୀ ଜେନେରାଲ ଶ୍ରୀଯୁକ୍ତ ଡଃ ବିପିନ ବିହାରୀ ମିଶ୍ର, ଓଡ଼ିଶା ପ୍ରଦେଶର ସେକ୍ରେଟାରୀ ଜେନେରାଲ ଲାୟନ ଇଂ ବିପିନ ବିହାରୀ ନାୟକ ଓ କାର୍ଯ୍ୟକାରୀ କମିଟିର ପିଆରଓ ଶ୍ରୀ ବାଳକୃଷ୍ଣ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ଜିଲ୍ଲା କମିଟି ମାନଙ୍କ ଠାରୁ ମତାମତ ଗ୍ରହଣ କରାଯାଇ କିପରି ସଚେତନତା ସୃଷ୍ଟି ହେବ ସେ ବିଷୟରେ ପରାମର୍ଶ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ