ଭାରତୀୟ ଭ୍ରଷ୍ଟାଚାର ନିବାରଣ କମିଟିର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭାରତୀୟ ଭ୍ରଷ୍ଟାଚାର ନିବାରଣ କମିଟିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରସ୍ଥିତ ପାଇକନଗରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରି କମିଟିର ରାଜ୍ୟ ସଭାପତି ଅଧିବକ୍ତା କିଶେର ଚନ୍ଦ୍ର କର କିହଲେ ଯେ, ସାମ୍ପ୍ରତିକ ପରିସ୍ଥିତିରେ ଦୁର୍ନୀତିର ଚେର ବଢୁଥିବାରୁ ଦେଶର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବାଧକ ସାଜୁଛି । ତେଣୁ କମିଟି ତାର କାର୍ଯ୍ୟ ସଞ୍ଚାଳନକୁ ପ୍ରଭାବୀ କରିପାରିଲେ ଦୁର୍ନୀତି ନିବାରଣ ଆନ୍ଦୋଳନ ଅଗ୍ରସର ହୋଇପାରିବ । କମିଟିର ସାଧାରଣ ସମ୍ପାଦକ ଇଂ ବିପିନ ବିହାରୀ ନାୟକ, ସାଂଗଠନିକ ଦୃଷ୍ଟିରୁ ଦୃଢ ହେବା ସହ ଜନମତ ଆଲୋଡ଼ନ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ସମ୍ପାଦକ ତଥା କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର ଦଳର ସଦସ୍ୟତା ବୃଦ୍ଧି କରିବା ସହ ପ୍ରତ୍ୟେକ ଜିଲ୍ଲାର ସମଭାବାପନ୍ନ ଲୋକମାନଙ୍କୁ ଯୋଡ଼ିବା ଉପରେ ଗୁରୁତ୍ୱ ଦେଇଥିଲେ । କମିଟିର ଜନସମ୍ପର୍କ ସମ୍ପାଦକ ଗୋଲକ ବିହାରୀ ସିଂହ ଦୁର୍ନୀତି ସମ୍ବନ୍ଧୀୟ ଆଇନ୍ ତଥା କାର୍ଯ୍ୟ ପରିସର ଉପରେ ଆଲୋଚନା କରିଥିଲେ । କମିଟିର ଉପସଭାପତି ଡଃ ସୂର୍ଯ୍ୟ ନାରାୟଣ ରଥ ପ୍ରସ୍ତାବ ରଖିଥିଲେ ଯେ, ଲୋକଲୋଚନକୁ ଆସୁଥିବା ବିଭିନ୍ନ ଦୁର୍ନୀତି ପ୍ରସଙ୍ଗକୁ ସଠିକ୍ ଭାବରେ ଅନୁସନ୍ଧାନ କରିବା ପାଇଁ କମିଟିର ସଦସ୍ୟବୃନ୍ଦ ପ୍ରଭାବିତ ସ୍ଥାନକୁ ଗସ୍ତ କରି ରିପୋର୍ଟ ପ୍ରଦାନ କଲେ, ସରକାର ତାହା ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । କମିଟିର ଅନ୍ୟତମ ସମ୍ପାଦକ ସୁବାସ ରଥ ମତ ରଖିଥିଲେ ଯେ, ଦୁର୍ନୀତିର ପରିସର ବ୍ୟାପକ ହୋଇଥିବାରୁ ଆମ୍ଭମାନଙ୍କ କାର୍ଯ୍ୟ ପରିସରକୁ କ୍ରମେ କ୍ରମେ ବ୍ୟାପକ କରିବା ଏକାନ୍ତ ଆବଶ୍ୟକ । ସମ୍ପାଦକ ସୁରେଶ ଚନ୍ଦ୍ର ଚୌଧୁରୀ କହିଥିଲେ ଯେ, ସେ କମିଟିର ସଂଗଠନାତ୍ମକ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ । ଏହି କାର୍ଯ୍ୟକାରିଣୀ ବୈଠକକୁ ସଂଯୋଜନା କରିଥିଲେ କମିଟିର ସଂଯୋଜକ ଶ୍ରୀ ଲିଙ୍ଗରାଜ ସାହୁ ଓ ମିଡ଼ିଆ ସମ୍ପାଦକ ବାଳକୃଷ୍ଣ ରାଉତ । ସମସ୍ତ ସଦସ୍ୟଙ୍କ ଅଭିଭାଷଣ ପରେ ଧନ୍ୟବାଦ ଅର୍ପଣ କରିଥିଲେ କମିଟିର ଉପାଧ୍ୟକ୍ଷ ଡଃ ଶିବ ପ୍ରସାଦ ବେହେରା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ