ଭାରତୀୟ ମଜଦୁର ସଂଘର ଜିଲା ବୈଠକ

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ସହର ନିକଟସ୍ଥ ନୀଳକଣ୍ଠଗୁଡା ଭାରତୀୟ ମଜଦୁର ସଂଘ କାର୍ଯ୍ୟାଳୟ ଠାରେ ଭାରତୀୟ ମଜଦୁର ସଂଘ ର ଏକ ଜିଲା ସ୍ତରୀୟ ବୈଠକ ଜିଲା ସଭାପତି ବାଙ୍କାବିହାରୀ ବିଷୋୟୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ, ସମ୍ମାନିତ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ଜିଲା ଉପଦେଷ୍ଠା ପରମେଶ୍ୱର ବିଷୋୟୀ, ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର ଆସୋସିଏସନ ସଂଘ ର ଜିଲା ସଭାନେତ୍ରୀ ଭାଗ୍ୟବତୀ ଷଡ଼ଙ୍ଗୀ,ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ଜିଲା ସଭାନେତ୍ରୀ କବିତା ସ୍ୱାଇଁ, ମଙ୍ଗଳମଟିମ୍ବର କର୍ମଚରୀ ସଂଘ ସମ୍ପାଦକ ସଞ୍ଜୟ କୁମାର ପୋଥାଳ, ବିଶ୍ୱ କର୍ମା ସଂଘ ଜିଲା ସମ୍ପାଦକ ଖଗେଶ୍ୱର ବିଷୋୟୀ,କୋଠାବାଡି ଓ ଅନ୍ୟାନ୍ୟ ମଜଦୁର ସଂଘର ଜିଲା ସମ୍ପାଦକ ରାମ ବିଷୋୟୀ, ଅଙ୍ଗନବାଡି ସଂଘ ଜିଲା ସମ୍ପାଦିକା ସନ୍ଦ୍ୟାରାଣୀ ବିଶ୍ୱାସ କୋଷା ଧ୍ୟକ୍ଷା ମମତା ବ୍ରହ୍ନା ଯୋଗ ଦେଇଥିଲେ l ଏଥିରେ ଆଗାମୀ ଦିନରେ ରାଷ୍ଟ୍ରୀୟ ଅଧିବେଶନ ପୁରୀ ଠାରେ ଫେବୃଆରୀ ୭ ଓ ୮ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ଓ ଭାରତୀୟ ମଜଦୁର ସଂଘ ର ସତୁରି ବର୍ଷ ପୂର୍ତ୍ତୀ ଅବସରରେ କି ଭଳି ସାହାଯ୍ୟ ସହଯୋଗ କରାଯିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ଆଗାମୀ ଦିନରେ ନବରଙ୍ଗପୁର ଜିଲା ରେ ଭାରତୀୟ ମଜଦୁର ସଂଘ କୁ ବ୍ଲକ,ପଞ୍ଚାୟତ ସ୍ତର କୁ ନେଇ କିଭଳି ସଂଗଠନ କୁ ବିସ୍ତାର ଓ ମଜଭୂତ କରାଯିବ ତାପାଇଁ ପ୍ରସ୍ତୁତି କରାଯାଇଥିଲା । ବିଭିନ୍ନ ସଂଗଠନ ର ସମସ୍ୟା ଦାବି ଗୁଡିକକୁ ବ୍ଲକ,ଜିଲା ଓ ରାଜ୍ୟସ୍ତରରେ ଆଲୋଚନା କରାଯାଇ ତାହାର ସମାଧାନ କରାଯିବା ପାଇଁ ନିଷ୍ପତ୍ତୀ ନିଆଯାଇଥିଲା । ଏଥିରେ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର ଆସିସିଏସନ, ଓଡିଶା ରାଜ୍ୟ ଆଶା କର୍ମୀ ସଂଘ, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ମଜଦୁର ସଂଘ, ଓଡିଶା ପାଚିକା ସଂଘ, ବିଶ୍ୱକର୍ମା ମଜଦୁର ସଂଘ, ଓଡିଶା କୃଷି ଓ ଗ୍ରାମୀଣ ମଜଦୁର ସଂଘ,ମଙ୍ଗଳମ ଟିମ୍ବର କର୍ମଚାରୀ ସଂଘ ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ । ଶେଷରେ ଭାରତୀୟ ମଜଦୁର ସଂଘ ଜିଲା ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୟୀ ସମସ୍ତକୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ