ଭାରତୀୟ ମଜଦୂର ସଂଘର ୧୫୧ତମ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତୀୟ ମଜଦୂର ସଂଘର ୧୫୧ତମ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ତା ୨୬, ୨୭ ଓ ୨୮ ଅଗଷ୍ଟ ୨୦୨୨ରିଖ ଭୁବନେଶ୍ୱରସ୍ଥିତ ଉତ୍କଳ ବିପନ୍ନ ସହାୟତା ସମିତି ଚକେଇସିଆଣୀଠାରେ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ବୈଠକକୁ ଆନୁଷ୍ଠାନିକ ଭାବେ ରାଷ୍ଟ୍ରୀୟ ସଭାପତି ଶ୍ରୀ ହିରଣ୍ମୟ ପାଣ୍ଡିଆ ଉଦ୍‌ଘାଟନ କରିଥିଲେ । ସାରା ଦେଶରୁ ପ୍ରାୟ ୨୫୦ ପ୍ରତିନିଧି ଉପସ୍ଥିତ ଥିଲେ । ତିନିଦିନ ଧରି ଏହି ବୈଠକରେ ବିଭିନ୍ନ ଶ୍ରମିକମାନଙ୍କ ସମସ୍ୟା ଓ ତାର ନିରାକରଣ ସମ୍ବନ୍ଧିତ ଆଲୋଚନା କରାଯାଇ ଆଗାମୀ ଦିନ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସୂଚନା ଦେଇଥିଲେ ।ଉକ୍ତ ବୈଠକରେ ଓଡ଼ିଶା ପ୍ରଦେଶ ସଭାପତି ଶ୍ରୀ ପୃଥିବୀରାଜ ପଣ୍ଡା, ସାଧାରଣ ସମ୍ପାଦକ ଶ୍ରୀ ବିନୟ କୁମାର ତ୍ରିପାଠୀ, ସଂଗଠନ ମନ୍ତ୍ରୀ ଶ୍ରୀ ଗିରିଶ ଚନ୍ଦ୍ର ମହନ୍ତ, କୁମାରୀ ଅଞ୍ଜଳି ପଟେଲ, ଶ୍ରୀମତୀ ସୁରଭି ସ୍ୱାଇଁ, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଅକ୍ଷୟ ରାଉତରାୟ, ରାଜ୍ୟ କୋଷାଧ୍ୟକ୍ଷ ଲକ୍ଷ୍ମଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ