ଭାରତୀୟ ମାନକ ବ୍ଯୁରୋ ତରଫରୁ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା ଆୟୋଜିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆଜି ପୂର୍ବାହ୍ନରେ ଋଷିକୂଲ୍ଯା ସମ୍ମିଳନୀ କକ୍ଷ ଠାରେ ଭାରତୀୟ ମାନକ ବ୍ଯୁରୋ ତରଫରୁ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଭାରତୀୟ ମାନକ ବ୍ଯୁରୋ, ଭୁବନେଶ୍ବର ଶାଖାର ବୈଜ୍ଞାନିକ ଦୀପକ ପାତ୍ର ଏବଂ ରଜନୀ ପନଓ୍ବାର ତାଲିମ ପ୍ରଦାନ କରିଥିଲେ । ଉତ୍ପାଦକ ଓ ଖାଉଟି ମଧ୍ୟରେ ସୁସମ୍ପର୍କ, ଦ୍ରବ୍ୟ ଉତ୍ପାଦନରେ ସହାୟତା, ବିଭିନ୍ନ ପ୍ରକାର ଦ୍ରବ୍ଯର ମାନ ଓ ଗୁଣବତ୍ତା ଯାଂଚ୍ ଉପରେ ତାଲିମ୍ ପ୍ରଦାନ କରିଥିଲେ । ସରକାରୀ କାର୍ଯ୍ୟାଳୟ ମାନଙ୍କରେ କ୍ରୟ କରାଯାଉଥିବା ଦ୍ରବ୍ଯ ଗୁଡିକର ମାନ ଓ ଗୁଣବତ୍ତା ବିଷୟରେ ଯାଂଚ୍ କରିବା ପାଇଁ ବି.ଆଇ.ଏସ୍ ଆପ୍ ଡାଉନ ଲୋଡ୍ କରିବାକୁ କହିଥିଲେ । ତାହା ସାହାଯ୍ୟରେ ସମସ୍ତ ଦ୍ରବ୍ୟ ଏବଂ ହଲ ମାର୍କ ସୁନା, ରୂପା ଆଦିର ମାନ, ଗୁଣବତ୍ତା ଓ ନିର୍ମାଣ ସ୍ଥାନ ଆଦି ବିଷୟରେ ସମସ୍ତ ତଥ୍ୟ ସଠିକ୍ ଭାବେ ଜାଣିହେବ ବୋଲି ରଜନୀ ପନଓ୍ବାର କହିଥିଲେ । ସରକାରୀ ସ୍ତରରେ ବ୍ୟବହୃତ ସାମଗ୍ରୀ ଗୁଡିକ ଯେତେବେଳେ କ୍ରୟ କରାଯାଉଛି ସେଗୁଡିକର ମାନ ନିର୍ଦ୍ଧାରଣ କିପରି କରିବେ ସେ ସମ୍ପର୍କରେ ସମସ୍ତ ବିଭାଗର କର୍ମଚାରୀ ଓ ଅଧିକାରୀ ମାନଙ୍କୁ କର୍ମଶାଳା ମାଧ୍ୟମରେ ଅବଗତ କରାଯାଇଥିଲା । ସାମଗ୍ରୀ ପ୍ରମାଣ ସଙ୍କେତ ଆଇ.ଏସ୍.ଆଇ, ଇଲେକ୍ଟ୍ରୋନିକ ସାମଗ୍ରୀ ସକାଶେ ବାଧ୍ୟତାମୂଳକ ପଞ୍ଜିକରଣ ଯୋଜନା ସଙ୍କେତ, ପରିଚାଳନାଗତ ପ୍ରମାଣ ପତ୍ର, ହଲମାର୍କ, ଇକୋ ଫ୍ରେଣ୍ଡଲି ପ୍ରଭୃତି ସଙ୍କେତ ଗୁଡିକର ଆବଶ୍ୟକତା, ବ୍ୟବହାର ଏବଂ ନବୀକରଣ ଯୋଗ୍ୟ କିଭଳି ହେବା ଉଚିତ ତାହା ବର୍ଣ୍ଣନା କରିଥିଲେ । ସରକାରଙ୍କ ବିଭାଗ ପାଇଁ ବିଭିନ୍ନ ଯୋଗ୍ୟ ସାମଗ୍ରୀର ମାନ କିଭଳି ଯାଂଚ୍ କରିବେ ତାହା ବୁଝାଇ ଦିଆଯାଇଥିଲା । କୃଷି, ଶିକ୍ଷା, ଶକ୍ତି, ଜଳ ଯୋଗାଣ, ଭୂ ଉନ୍ନୟନ, ସ୍ବାସ୍ଥ୍ୟ, ଆରକ୍ଷୀ ବିଭାଗ ଭଳି ଅନ୍ୟାନ୍ୟ ସମସ୍ତ ବିଭାଗରେ ବ୍ୟବହୃତ ହେଉଥିବା ସାମଗ୍ରୀ ଓ ତାର ମାନକ ସମ୍ପର୍କରେ ଅବଗତ କରାଇଥିଲେ ।ଏହି ସଚେତନତା କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି, ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଟେଲ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ