ଭାରତୀୟ ମାନବ ଅଧିକାର ପରିଷଦ ଜିଲ୍ଲା ଉପସଭାପତି ହେଲେ ନିରଞ୍ଜନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଭାରତୀୟ ମାନବ ଅଧିକାର ପରିଷଦର ଜିଲ୍ଲା ଉପସଭାପତି ଭାବେ ସମାଜସେବୀ ନିରଞ୍ଜନ ପରିଡାଙ୍କୁ ମନୋନ୍ୱିତ କରାଯାଇଛି । ଏହି ଅବସରରେ ଭାରତୀୟ ମାନବ ଅଧିକାର ପରିଷଦର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଓ ଜିଲ୍ଲା ସଭାପତି ନିରାକାର ମହାରଣା ଉପସଭାପତି ଶ୍ରୀ ପରିଡାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକରୁ ଆସିଥିବା ପରିଷଦର କର୍ମୀମାନଙ୍କ ମଧ୍ୟରେ ଚିତ୍ତରଞ୍ଜନ ତରାଇ, ମନୋରଞ୍ଜନ ନାୟକ, ସନ୍ତୋଷ ପୋଥାଳ, ଦୀପ୍ତିରଞ୍ଜନ ମହାପାତ୍ର, କବି ଚରଣ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୧୦ତାରିଖରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା ।