ଭାରତୀୟ ଯବାନଙ୍କ ମଙ୍ଗଳ ପାଇଁ ଦୀପ ପ୍ରଜ୍ଜ୍ୱଳନ

ନିମାପଡ଼ା,(ସନ୍ତୋଷ କୁମାର ଦାଶ) ସାଂପ୍ରତିକ ଭାରତ – ପାକିସ୍ତାନ ଯୁଦ୍ଧରେ ଆତଙ୍କବାଦୀଙ୍କୁ ନିପାତ କରିବା ଲକ୍ଷକୁ ସଫଳ କରିବା ପାଇଁ ନିମାପଡ଼ାର ଯୁବ ସମାଜସେବୀ ଓ ସ୍ବେଛାସେବୀ ମାନେ ମା କାଳୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ଦୀପ ପ୍ରଜ୍ଜ୍ୱଳନ କରି ଭାରତୀୟ ସେନାର ମଙ୍ଗଳ ସହ ବିଜୟ କାମନା କରିଥିଲେ। ଯୁବ ସମାଜସେବୀ ଆଦର୍ଶ ଦାଶଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ କୁଶଭଦ୍ରା ନଦୀ କୂଳସ୍ଥ ମା ‘ ଦକ୍ଷିଣକାଳୀ ଙ୍କ ମନ୍ଦିର ରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ରଞ୍ଜିତ ରଥ, ସୁରେନ୍ଦ୍ର ସାହୁ, ସମୀର ରାଉତରାୟ, ଦେବାଶିଷ ଦାଶ,ଅନୁକୂଳ ସ୍ୱାଇଁ,ବିଶ୍ଵଜିତ ବେହେରା,ଆଦ୍ୟାଂଶୁ ଦାଶ,ଉମାକାନ୍ତ ପ୍ରଧାନ, କାଳୀପ୍ରକାଶ ଦାଶ ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ