ଭାରତୀୟ ଯବାନ ଗୁଳିରେ ପାକିସ୍ତାନ ସେନା ଜଖମ

ଜାମ୍ମୁ-କାଶ୍ମୀର : ସୁଧୁରିବାର ନା ଧରୁନାହିଁ ପାକିସ୍ତାନ ସେନା । ଭାରତ ତରଫରୁ ଯେତେ ତାଗିତ କଲେ ମଧ୍ୟ ସୀମାରେ ଆତଙ୍କବାଦୀ ମାନଙ୍କୁ ଭାରତକୁ ପ୍ରବେଶ କରିବାକୁ ପ୍ରୟାସ ଜାରୀ ରଖିଛି । ବିଭିନ୍ନ ସମୟରେ ଭାରତ ସୀମାରେ ଖୋଲା ଖୋଲି ଅସ୍ତ୍ର ବିରତି ଉଲ୍ଲଂଘନ କରୁଛି । ଭାରତ ତରଫରୁ ମଧ୍ୟ କଡା ମୁକାବିଲା କରାଯାଉଛି । ଗୁରୁବାର କୁପୱାଡା ସେକ୍ଟରରେ ଅତର୍କିତ ଆକ୍ରମଣ କରିଥିଲା ପାକିସ୍ତାନ ସେନା । ଅତର୍କିତ ଗୁଳି ବର୍ଷା କରିଥିଲା । ଯାହାର କଡା ମୁକାବିଲା କରି ଭାରତ ପକ୍ଷରୁ ମଧ୍ୟ ପାଲଟା ଯବାବ ଦିଆଯାଇଥିଲ ।  ଭାରତର ପାଲଟା ଯବାବରେ ପାକ୍ ସେନାର ଜଣେ ଯବାନ ଜଖମ ହୋଇଛି । ପାକିସ୍ତାନ ଦ୍ୱାରା ଲଗାତାର ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଉଥିବା ନେଇ ମକବାଲ, ଆରଏସ୍ ପୁରା ଓ କଠୁଆ ବର୍ଡରରେ ବିଏସଏଫର ତିନି ନୂଆ ବାଟାଲିୟନଙ୍କୁ ମୁତୟନ କରାଯାଇଛି । ଏହାବ୍ୟତିତ ଆହୁରି ୪/୫ ନୂଆ ବାଟାଲିୟନ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ